Latest Odisha News

BREAKING NEWS

ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋଙ୍କ ଭର୍ଚୁଆଲ ରାଲି

ବାଲେଶ୍ୱର: ଉପନିର୍ବାଚନକୁ ମଝିରେ ରହିଲା ଆଉ ଚାରି ଦିନ । ଦୁଇ ଦିନ ପରେ ଥମିବ ପ୍ରଚାର । ବାଲେଶ୍ୱର ସଦର ଉପନିର୍ବାଚନ ବ୍ୟାଟଲ୍ ଗ୍ରାଉଣ୍ଡରେ ହେଭିଓ୍ୱେଟ କ୍ୟାମ୍ପେନିଂ ଚାଲିଛି । ଆଜି ଡିଜିଟାଲ୍ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭର୍ଚୁଆଲ୍ ରାଲିରେ ଭୋଟ ମାଗିବେ ନବୀନ ପଟ୍ଟନାୟକ ।

ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ନବୀଙ୍କ ଭର୍ଚୁଆଲ ରାଲିକୁ ଶୁଣିବା ପାଇଁ ବାଲେଶ୍ୱର ସଦର ଉପନିର୍ବାଚନ ମଣ୍ଡଳୀରେ ବ୍ୟାପକ ପ୍ରସ୍ତୁତି କରିଛି ବିଜେଡି । ୮ଟି ସ୍ଥାନରେ ବ୍ୟବସ୍ଥା ହୋଇଛି । ସେହିପରି ଦଳର ଛାମୁଆ ନେତା ବାଲେଶ୍ୱରରେ ପ୍ରଚାରକୁ ସରଗରମ କରିଛନ୍ତି ।

ବାଲେଶ୍ୱର ସଦର ଆସନରେ ତ୍ରିମୁଖୀ ଲଢ଼େଇ ହେଉଛି । ବିଜେଡିର ସ୍ୱରୂପ ଦାସ, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ସହ କଂଗ୍ରେସର ମମତା କୁଣ୍ଡୁ ଉପନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି । ବାଲେଶ୍ୱର ସଦର ବାଜି ଜିତିବାକୁ ସବୁ ଦଳ ଦମ୍ ଲଗାଇ ଦେଇଛନ୍ତି । ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ କାହାରିକୁ ଫୁରସତ ନାହିଁ ।

Leave A Reply

Your email address will not be published.