Latest Odisha News

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ ନବୀନ, ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି । ଏହି ଅବସରରେ ଓଡ଼ିଶାରେ ସମ୍ଭାବ୍ୟ ‘ଫନି’ ବାତ୍ୟା ଯୋଗୁଁ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇଦେବା ନେଇ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ୍ୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନାଦେଇ ନବୀନ କହିଛନ୍ତି, ଯେହେତୁ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ଆଶଙ୍କା ରହିଛି ତେଣୁ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବାକୁ ସେ ମୁଖ୍ୟ ନିର୍ବାଚନ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି । ଏହି ଅବସରରେ ଓଡ଼ିଶାରେ ସମ୍ଭାବ୍ୟ ‘ଫନି’ ବାତ୍ୟା ଯୋଗୁଁ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇଦେବା ନେଇ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ୍ୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନାଦେଇ ନବୀନ କହିଛନ୍ତି, ଯେହେତୁ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ଆଶଙ୍କା ରହିଛି ତେଣୁ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବାକୁ ସେ ମୁଖ୍ୟ ନିର୍ବାଚନ କମିଶନରଙ୍କ୍ୁ ଅନୁରୋଧ କରିଛନ୍ତି । ଏହି ଝଡ଼ବାତ୍ୟା କେନ୍ଦ୍ରାପଡ଼ାରେ ଅନୁଭୁତ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ।

“ଏହାକୁ ଗୁରୁତ୍ୱର ସହିତ ବିଚାର କରିବାକୁ ମୁଖ୍ୟ ନିର୍ବାଚନ କମିଶନର ମୋତେ ଆଶ୍ୱାସନା ଦେଇଛନ୍ତି,” ବୋଲି କହିଛନ୍ତି ନବୀନ ।

ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଥିବା ନିର୍ବାଚନ ଫଳାଫଳ ସମ୍ପର୍କରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନରେ ଉତ୍ତରଦେଇ ସେ କହିଛନ୍ତି, “ଏହି ନିର୍ବାଚନରେ ବିଜୁ ଜନତା ଦଳ ଅତ୍ୟନ୍ତ ଭଲ ଫଳାଫଳ କରିବା ସହିତ ପୁନର୍ବାର କ୍ଷମତାକୁ ଫେରିବ । ଏପରିକି, ପାଟକୁରା ଆସନ ମଧ୍ୟ ବିଜେଡ଼ି ଜିତିବ,” ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ।

ନିକଟରେ ଦଳର ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆଇନ ତା’ ବାଟରେ ଯିବ ।

ଅନୁରୋଧ କରିଛନ୍ତି । ଏହି ଝଡ଼ବାତ୍ୟା କେନ୍ଦ୍ରାପଡ଼ାରେ ଅନୁଭୁତ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ।

“ଏହାକୁ ଗୁରୁତ୍ୱର ସହିତ ବିଚାର କରିବାକୁ ମୁଖ୍ୟ ନିର୍ବାଚନ କମିଶନର ମୋତେ ଆଶ୍ୱାସନା ଦେଇଛନ୍ତି,” ବୋଲି କହିଛନ୍ତି ନବୀନ ।

ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଥିବା ନିର୍ବାଚନ ଫଳାଫଳ ସମ୍ପର୍କରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନରେ ଉତ୍ତରଦେଇ ସେ କହିଛନ୍ତି, “ଏହି ନିର୍ବାଚନରେ ବିଜୁ ଜନତା ଦଳ ଅତ୍ୟନ୍ତ ଭଲ ଫଳାଫଳ କରିବା ସହିତ ପୁନର୍ବାର କ୍ଷମତାକୁ ଫେରିବ । ଏପରିକି, ପାଟକୁରା ଆସନ ମଧ୍ୟ ବିଜେଡ଼ି ଜିତିବ,” ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ।

ନିକଟରେ ଦଳର ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆଇନ ତା’ ବାଟରେ ଯିବ

Leave A Reply

Your email address will not be published.