Latest Odisha News

BREAKING NEWS

ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂରେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ ନିଷ୍ପତ୍ତି କ୍ରମେ ଡାକ୍ତରୀ ଓ ଇଂଜିନିୟରିଂରେ ନାଁ ଲେଖାଇବା ପାଇଁ ସରକାରୀ ହାଇସ୍କୁଲରେ ପଢିଥିବା ଛାତ୍ରଛାତ୍ରୀଙ୍କୁ ସ୍ଥାନ ସଂରକ୍ଷଣ ଦେବେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ
ନିଷ୍ପତ୍ତି ନିଆଯାଇଛି ।

କିଛି ବର୍ଷ ହେଲା ଦେଖା ଯାଉଛି ଯେ, ମେଡିକାଲ ପ୍ରବେଶିକା ଘଋଋଞ ଓ ଇଂଜନିୟିରଂ ପ୍ରବେଶିକା ଔଋଋ ସର୍ବଭାରତୀୟ ସ୍ତରରେ ହେବା ପରେ ଏହି ପରୀକ୍ଷା ଦେଉଥିବା ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି କମି ଯାଉଛି । ଏହାର ମୁଖ୍ୟ କାରଣ ଗ୍ରାମାଞ୍ଜଳରେ କୋଚିଂର ଅଭାବ, ଯାହାକି ସହରାଞ୍ଚଳରେ ମିଳୁଛି । ଏପରିକି ଏହି ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କୋଚିଂ ଦରକାର ବୋଲି ମନେ ହେଉଛି । ଗ୍ରାମାଞ୍ଚଳରେ ଏପରି କୋଚିଂର ଅଭାବ ଓ ଅର୍ଥାଭାବ ଯୋଗୁଁ ôସରକାରୀ ହାଇସ୍କୁଲରେ ପଢିଥିବା ହଜାର ହଜାର ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ପରୀକ୍ଷାରେ ନିଜ ମେଧା ମୁତାବକ ପ୍ରଦର୍ଶନ କରିପାରୁନାହାନ୍ତି । ଓଡିଶାର ହଜାର ହଜାର ଛାତ୍ରଛାତ୍ରୀ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହାର ସମାଧାନ ପାଇଁ ଓ ସରକାରୀ ହାଇସ୍କୁଲରେ ପଢୁଥିବା, ପଢିଥିବା ପିଲାଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ, ଡାକ୍ତର କିମ୍ବା ଇଂଜିନିୟର ହେବାର ଯେଉଁ ସ୍ୱପ୍ନ ସେମାନେ ଦେଖୁଛନ୍ତି, ତାକୁ ପୂରଣ କରିବାକୁ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହି ସଂରକ୍ଷଣ ବ୍ୟବସ୍ଥା କେମିତି କାର୍ଯ୍ୟକାରୀ କରାଯିବ, ତାର ରୂପରେଖ ପ୍ରସ୍ତୁତ କରିବାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ଏହି କମିଟିରେ ଶିକ୍ଷାବିତଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସଦସ୍ୟ ରହିବେ । ରିପୋର୍ଟ ଦେବାକୁ କମିଟିକୁ ୩ ମାସ ସମୟ ଦିଆଯାଇଛି, ଯାହା ଫଳରେ କି ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇ ପାରିବ ।

Leave A Reply

Your email address will not be published.