Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁଠାରେ ସରକାରୀ ଟଙ୍କାରେ ମାଦ୍ରାସା ଆଉ ଚାଲିବନି

ଗୌହାଟୀ: ଆସାମ ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ବିଧାନସଭାରେ ଆଗତ କରିଛି । ଏଠାରେ ସମସ୍ତ ସରକାରୀ ମାଦ୍ରାସାକୁ ବନ୍ଦ କରି ସ୍କୁଲରେ ପରିଣତ କରିବା ପାଇଁ ବିଲ୍ ଆଗତ ହୋଇଛି । ବିପକ୍ଷ ଦଳର ବିରୋଧ ସତ୍ୱେ ଶିକ୍ଷାମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଏହି ବିଲ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି ।

୧୯୯୫ରେ ଓ ୨୦୧୮ରେ ଏ ନେଇ ଜାରି କରାଯାଇଥିବା ଅଧିନିୟମକୁ ରଦ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଣିକି ମାଦ୍ରାସାଗୁଡିକୁ ଉଚ୍ଚ ପ୍ରାଥମିକ, ଉଚ୍ଚ ଓ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ । ଆସାରେ ୬୧୦ ସରକାରୀ ମାଦ୍ରାସା ରହିଛି । ଏ ବାବଦକୁ ୨୬୦ କୋଟି ଖର୍ଚ୍ଚ ହୋଇଥାଏ । ଖୁବ୍ ଶୀଘ୍ର ରାଜ୍ୟ ମାଦ୍ରାସା ଶିକ୍ଷା ବୋର୍ଡ ଆସାମକୁ ଭାଙ୍ଗି ଦିଆଯିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.