Latest Odisha News

BREAKING NEWS

ସିଡନୀରୁ ମେଲବୋର୍ଣ୍ଣ ଗଲେ ରୋହିତ

ସିଡନୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସୋମବାର ସିଡନୀରୁ ମେଲବୋର୍ଣ୍ଣ ଅଭିମୁଖେ ଗସ୍ତ କରିଛନ୍ତି । ସେ ବୁଧବାର ଟିମ୍ ସହିତ ଯୋଗ ଦେବେ । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ମଜଭୁତ ସ୍ଥିତିରେ ରହିଛି । ତୃତୀୟ ଟେଷ୍ଟରେ ସେ ଦଳ ପକ୍ଷରୁ ଖେଳିପାରନ୍ତି ।

୧୪ ଡିସେମ୍ବରରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଆସିଥିଲେ । ଏଠାରେ ୧୪ ଦିନିକିଆ କ୍ୱାରେଂଟାଇନ ଅବଧି ୨୯ ଡିସେମ୍ବରରେ ଶେଷ ହେବ । ଏହା ପରେ ସେ ଦଳ ପକ୍ଷରୁ ଖେଳିପାରିବେ । ତୃତୀୟ ଟେଷ୍ଟ ୭ ଜାନୁୟାରୀରୁ ଆରମ୍ଭ ହେବ ।

Leave A Reply

Your email address will not be published.