Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କ ପ୍ରତି ନବୀନଙ୍କ ଅତୁଟ ଭକ୍ତିଭାବନା ଯୋଗୁଁ ହିଁ ‘ଐତିହ୍ୟ କରିଡ଼ର୍ ଯୋଜନା’ ସମ୍ଭବ ହେଲା: ପାଣ୍ଡିଆନ୍

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡ଼ର୍ ଯୋଜନାର ପରିକଳ୍ପନା ୨୦୧୬ ମସିହାରେ ହୋଇଥିଲା । ଏହି ଯୋଜନାଟି ଆଜି ସଫଳ ରୂପାୟନ ନେଉଛି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତୁଟ ଭକ୍ତି ଭାବନା ଯୋଗୁଁ ହିଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ।

ସୋମବାର ଦିନ ଲୋକସେବା ଭବନରେ ପୁରୀ ଶ୍ରୀକ୍ଷେତ୍ରଧାମର ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ଐତିହ୍ୟ କରିଡ଼ର୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେକାର୍ପିତ କରିବା ଅବସରରେ ଆଇଏଏସ ଶ୍ରୀ ପାଣ୍ଡିଆନ୍ କହିଛନ୍ତି, “ ୨୦୧୬ ଜାନୁଆରୀରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିିତ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ, ସେତେବେଳେ ସେ ଲକ୍ଷ୍ୟ କରିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାସ୍ତାର ଦୁଇ ପାଖରେ ଥିବା ସବୁ ହୋର୍ଡ଼ିଂ ଯେଉଁଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଫଟୋ ଚିତ୍ର ରହିଛି ସେସବୁକୁ ପ୍ରଣାମ କରୁଛନ୍ତି । ଏଥିରୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ ଭକ୍ତି ସମ୍ପର୍କରେ ଅନୁମେୟ କରିପାରିଥିଲି । ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କ ଶଙ୍ଖ କ୍ଷେତ୍ରର ସ୍ୱତନ୍ତ୍ର ବିକାଶ ପାଇଁ ମତପ୍ରକାଶ କରିଥିଲେ । ସେବେଠାରୁ ଆରମ୍ଭ ହୋଇଛି ପୁରୀ ସହରର ପରିବର୍ତ୍ତନର ଅୟମାରମ୍ଭ ।”

ଶ୍ରୀ ପାଣ୍ଡିଆନ୍ ୨୦୧୦-୧୧ ରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ୍ ସଚିବ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସେ ଏସମ୍ପର୍କରେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭୁବନେଶ୍ୱର ଫେରିବା ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁଙ୍କ ଶ୍ରୀମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବା ଆବଶ୍ୟକ । ସେହିଦିନ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବିକାଶ କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣ ଲାଗି ଯୋଜନା ପ୍ରସ୍ତୁତି ହୋଇଥିଲା ।

“ଏହି ଐତିହ୍ୟ କରିଡ଼ର୍ ଯୋଜନାଟି ୨୦୧୬ ଜାନୁଆରୀ ପ୍ରଥମ ସପ୍ତାହରେ ହିଁ ଆରମ୍ଭ ହୋଇଥିଲା, ଏହାକୁ ଦୃଷ୍ଟିରେ ରଖି ସେତେବେଳେ ବଡ଼ଦାଣ୍ଡ ନିକଟରେ ଥିବା ଜିଲ୍ଲା କାରାଗାରକୁ ସ୍ଥାନାନ୍ତରୀକରଣ କରାଯାଇଥିଲା । ଏପରିକି ଏକ ନୂଆ ବିଲ୍ଡିଂ ୧୫ ମାସ ମଧ୍ୟରେ ନିର୍ମିତ ହୋଇ ଜେଲ ସ୍ଥ୍ାନାନ୍ତରୀତ ହୋଇଥିଲା,” ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି ।

ବିଜେଡ଼ି ସରକାରର ୫ମ ପାଳିରେ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ କରିଡ଼ର୍ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ଯୋଗୁଁ ଅନେକ ବିବାଦ ମଧ୍ୟ ଉପୁଜିଥିଲା । ତେବେ ଶ୍ରୀ ପାଣ୍ଡିଆନଙ୍କ ଦ୍ୱାରା ଏହି ଯୋଜନାର ପରିକଳ୍ପନା ଏବଂ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ବିକାଶ ସମ୍ପର୍କୀତ ଭିଡ଼ିଓ ରିଲିଜ୍ ହେବାପରେ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି । “ମୁଁ ଏହି ବିରାଟ ଯୋଜନାର ଅଂଶବିଶେଷ । ତେଣୁକରି ଏହି ଯୋଜନାର ମହାନ ଉଦ୍ଦେଶ୍ୟ ଏବଂ ଏହି ଯୋଜନାଟି କିପରି ପରିକଳ୍ପନା କରାଯାଇଥିଲା ତାହା ଜନସାଧାରଣ ଜାଣିବା ଆବଶ୍ୟକ,” ବୋଲି ଶ୍ରୀ ପାଣ୍ଡିଆନ୍ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି ।

ଶ୍ରୀ ପାଣ୍ଡିଆନ୍ ଏହି ଭିଡ଼ିଓଟିରେ ମଧ୍ୟ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ।”

Leave A Reply

Your email address will not be published.