Latest Odisha News

BREAKING NEWS

ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ ଘଟଣା: ‘ନବୀନଙ୍କ ଫ୍ଲାଇଟ୍ ପ୍ଲାନ୍ ଦାଖଲ ହୋଇନଥିଲା’

ଭୁବନେଶ୍ବର: ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା । ବିଜେଡି ନେତା ଚିନ୍ମୟ ସାହୁଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ କହିଛନ୍ତି ଯେ, ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବମିଟ୍ କରି ନଥିଲେ । ତେଣୁ ଏୟାର ଡିଫେନ୍ସ କ୍ଲିଅରାନ୍ସ ନମ୍ବର ମିଳି ନଥିଲା । କୋଅର୍ଡିନେଟ୍ କରି କୋଲକାତାରୁ ନମ୍ବର ନେଲୁ । ଏଥିପାଇଁ ପ୍ରାୟ ୨୫ ମିନିଟ୍ ବିଳମ୍ବ ହେଲା କହିଲେ ବିମାନ ବନ୍ଦର ନିର୍ଦ୍ଦେଶକ ।

ଜାଣିଶୁଣି କ୍ଲିଅରାନ୍ସ ଦିଆଯାଇ ନଥିବା କହିଥିଲେ ବିଜେଡି ନେତା ଚିନ୍ମୟ ସାହୁ ।

ସୂଚନାଯୋଗ୍ୟ, ଆଜି ନୂଆପଡ଼ାରେ ପହଞ୍ଚିବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ନିର୍ବାଚନ କମିଶନରଙ୍କ ଟିମ୍‌ ପକ୍ଷରୁ ନବୀନଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି । ହେଲିକପ୍ଟର ଯାଞ୍ଚ ସହ ଫଟୋଗ୍ରାଫି କରିଛି ଟିମ୍‌ ।

Comments are closed.