Latest Odisha News

ମାଟ୍ରିକ ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ

ସୋରଡ଼ା(ଗଞ୍ଜାମ): ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାହୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ବିଧାୟକ ପରୀକ୍ଷା ଦେଉଛନ୍ତି । ତିନି ତିନି ଥର ସୋରଡ଼ା ଆସନରୁ ବିଧାୟକ ହୋଇଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ । ବିଭିନ୍ନ ସମୟରେ ମାଟ୍ରିକ ପରୀକ୍ଷା ଦେବାକୁ ଉଦ୍ୟମ କରିଛନ୍ତି ।

କେତେବେଳେ ରାଜନୈତିକ ତ କେବେ ଲୋକସେବା ପୁଣି କେବେ ପାରିବାରିକ କାରଣରୁ ପରୀକ୍ଷା ଦେଇ ପାରି ନଥିଲେ । ଆଜି ଆଡମିଟ୍ କାର୍ଡ ସହ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସାହୁ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ଆଇସୋଲେସନ୍ ରୁମରେ ବସି ସେ ପରୀକ୍ଷା ଦେଉଛନ୍ତି । ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ୍ ୩୩ ଜଣ ପରୀକ୍ଷାର୍ଥୀ ଅଫଲାଇନ ପରୀକ୍ଷା ଦେଉଛନ୍ତି ।

ଚଳିତବର୍ଷ କରୋନା ଯୋଗୁ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିଲା । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଅଫଲାଇନ୍ ପରୀକ୍ଷା ବ୍ୟବସ୍ଥା କରିଛନ୍ତି । ଆଜିଠାରୁ ଏହି ପରୀକ୍ଷା ଅଗଷ୍ଟ ୫ ଯାଏ ଚାଲିବ । ଏହାପରେ ୨୨ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.