Latest Odisha News

BREAKING NEWS

ବର୍ଷା ଅଟକେଇ ପାରିବନି ଛତା, ଦାମ୍ ୧୬୦୦ ଡଲାର

ଭୁବନେଶ୍ୱର: ଆପଣ ଯେବେ ଏକ ଛତା କିଣିବେ, ପ୍ରଥମ ଆଶା ଯେ ସେଥରେ ଯେମିତି ପାଣି ପଶିବନି । ଆଉ ଆପଣ ଓଦା ହେବେନି । ଛତା କିଣୁଥିବା ସବୁ ଲୋକଙ୍କ ପ୍ରଥମ ଚିନ୍ତା ଏହା ହିଁ ରହିବ । ପରେ ଅନ୍ୟ କଥା । ୱାରେଣ୍ଟି, କେତେ ଟଙ୍କା ଏବଂ ରଙ୍ଗ ଓ ସାଇଜ୍ ଦ୍ୱିତୀୟ କଥା ।

କିନ୍ତୁ ବିଶ୍ୱର କିଛି ନାମୀ ପୋଷାକ କମ୍ପାନୀ ଏକ ପ୍ରକାର ଛତା ତିଆରି କରିଛନ୍ତି, ଯାହା ବର୍ଷା ଅଟକାଇପାରିବନି । ଆଉ ଦାମ୍ ଆକାଶ ଛୁଆଁ । ଆଡିଡାସ ଏବଂ ଗୁଚ୍ଚି କମ୍ପାନୀ ଏହି ଛତା ତିଆରି କରି ବିକ୍ରି କରିବାକୁ ଯୋଜନା କରୁଛନ୍ତି ।

ଛତାର ମୂଲ୍ୟ ରହିଛି ୧୬୪୪ ଆମେରିକୀୟ ଡଲାର । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ବର୍ଷା ପାଣି ଅଟକାଇ ପାରିବନି ଜାଣି ମଧ୍ୟ ଅନେକେ ଏହାକୁ କିଣିବାକୁ ଭାରି ଆଗ୍ରହୀ । ଦୁଇ କମ୍ପାନୀ ଆଗୁଆ ସ୍ପଷ୍ଟ କରିଛନ୍ତି ଯେ ପାଣି ଅଟକାଇ ପାରିବନି ଛତା ।

ଏହି ଛତା କେବଳ ଖରା ଦାଉରୁ ରକ୍ଷା କରିବ ଏବଂ ପ୍ରଦର୍ଶନ ଉଦ୍ଦେଶ୍ୟ ବା ଫେସନ ପାଇଁ ବ୍ୟବହାର ଯୋଗ୍ୟ ବୋଲି ମାନୁଆଲରେ ଉଲ୍ଲେଖ ଅଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଭାରି ଚର୍ଚ୍ଚା ।
ଚାଇନା ର ସୋସିଆଲ ମିଡ଼ିଆ ଆପ୍ ୱିବୋରେ ପ୍ରଥମେ ଭାଇରାଲ ହୋଇଥିଲା ଏହି ଖବର । ବଜାର କୁ ଆସିବା ଆଗରୁ କିଣିବା ପାଇଁ ଅନେକ ଲୋକ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.