ନୂଆଦିଲ୍ଲୀ: ପଞ୍ଜାବରେ ସରୁନି ରାଜନୈତିକ ହାଇଡ୍ରାମା । ଗତକାଲି ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଆଜି ପ୍ରଥମ ଥର ବୟାନ ରଖିଛନ୍ତି ନଭଜୋତ୍ ସିଂହ ସିଦ୍ଧୁ । ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି, ହକ୍ ଓ ସତ ପାଇଁ ଶେଷ ନିଃଶ୍ୱାସ ଯାଏ ଲଢ଼େଇ ଜାରି ରଖିବେ । ନିଜ ମୁଦ୍ଦା ସହ ବୁଝାମଣା କରିବେ ନାହିଁ । ଗତକାଲି ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ସିଦ୍ଧୁ ।
ସିଦ୍ଧୁ ଭିଡିଓ ବାର୍ତ୍ତାରେ କହିଛନ୍ତି, ଗୋଟିଏ ଲକ୍ଷ୍ୟ ନେଇ ୧୭ ବର୍ଷ ହେବ ସେ ରାଜନୀତି କରୁଛନ୍ତି । ପଞ୍ଜାବବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସହ ପଞ୍ଜାବର ମୁଦ୍ଦାକୁ ନେଇ ରାଜନୀତି କରି ଆସିଛନ୍ତି । ଏହା ତାଙ୍କର ଧର୍ମ ଥିଲା ଓ ଏହାର ତାଙ୍କର କର୍ତ୍ତବ୍ୟ ।
हक़-सच की लड़ाई आखिरी दम तक लड़ता रहूंगा … pic.twitter.com/LWnBF8JQxu
— Navjot Singh Sidhu (@sherryontopp) September 29, 2021
ନିଜ ପାଇଁ କୌଣସି ଲଢ଼େଇ କରୁ ନାହାନ୍ତି । ପଞ୍ଜାବର ନିଜସ୍ୱ ଏଜେଣ୍ଡା ଅଛି । ଏହି ଏଜେଣ୍ଡା ସହ ନିଜର ହକ୍ ଓ ସତର ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ନଭଜୋତ ସିଂହ ସିଦ୍ଧୁ । ସେ ଆହୁରି କହିଛନ୍ତି ବାପା ଶିଖାଇଛନ୍ତି, ଯେଉଁଠି କଠିନ ସମସ୍ୟା ଆସିବ ସେଇଠି ସତ ସହ ସଂଘର୍ଷ କର । ସତ ସହ ସେ ବୁଝାମଣା କରିବେ ନାହିଁ ବୋଲି କହିଛନ୍ତି ।
Comments are closed.