ଓଡ଼ିଶା ସମ୍ବାଦ ବ୍ୟୁରୋ: ଜେଲରେ ଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଅସୁସ୍ଥ । ପଟିଆଲା ସେଣ୍ଟ୍ରାଲ୍ ଜେଲର ୧୦ ନମ୍ବର ବାରାକରେ ସେ ରହୁଥିଲେ । ୧୯୮୮ ରୋଡରେଜ୍ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ ଦେବା ପରେ ଦୁଇ ଦିନ ହେବ ଜେଲରେ ରହୁଥିଲେ । ଅଚାନକ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ପଟିଆଲାର ରାଜିନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରୁଛନ୍ତି । ତେବେ ତାଙ୍କର କଣ ହୋଇଛି ସ୍ପଷ୍ଟ ସୂଚନା ମିଳିନାହିଁ । ୧୯୮୮ ରୋଡରେଡ୍ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ହୋଇଛି । ପୀଡ଼ିତଙ୍କ ପରିବାର ପକ୍ଷରୁ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି କରି ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ଗତ ୨୦ ତାରିଖରୁ ସେ ଜେଲରେ ଥିଲେ ।
Punjab | Congress leader Navjot Singh Sidhu brought to Rajindra Hospital, Patiala for a medical checkup. Details awaited.
He was lodged in Patiala central jail on May 20th after Supreme Court imposed one-year rigorous imprisonment on him in the 1988 road rage case. pic.twitter.com/s0k5xBByd9
— ANI (@ANI) May 23, 2022
Comments are closed.