Latest Odisha News

BREAKING NEWS

ନୂଆପଡ଼ା ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ କଙ୍କାଳ ଠାବ

ନୂଆପଡ଼ା  : ହଷ୍ଟେଲ୍ ଭିତରେ କଙ୍କାଳକୁ ନେଇ ଚର୍ଚ୍ଚା । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି ।

କରୋନା ସମୟରେ କ୍ୱାରେଣ୍ଟିନ ସେଣ୍ଟର ଭାବେ ବ୍ୟବହୃତ ହେଉଥିବା ଏହି ହଷ୍ଟେଲ୍ ଏବେ ବନ୍ଦ ପଡ଼ିଛି । ହେଲେ ଏବେ ସେଠାରେ ଖେଳୁଥିବା କିଛି ପିଲା ଝରକା ପଟେ ହଷ୍ଟେଲ୍ ରୁମ୍ ଭିତରେ କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ଏକ ଛୋଟ ଛୁଆର କଙ୍କାଳ ହୋଇଥାଇ ପାରେ ବୋଲି ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।

ଏନେଇ କାର୍ଲାକୋଟ୍ ବାସିନ୍ଦା କହିଛନ୍ତି ଯେ, ‘ହଷ୍ଟେଲ୍‌ ଝରକା ବେଟେ ଦେଖିବାରୁ ଭିତରେ ଏକ କଙ୍କାଳ ପଡିଥିଲା । ଆମେ ଏହାକୁ ଦେଖି କାହାର କଙ୍କାଳ ଅନୁମାନ କରିପାରିଲୁ ନାହିଁ । ’

ଘଟଣାସ୍ଥଳରେ ଖଡ଼ଇାଳ ଏସ୍‌ଡିପିଓ ଏବଂ ବୋଡେନ୍ ଥାନା ପୋଲିସ ପହଞ୍ଚି କୋଠରୀକୁ ତନ୍ନତନ୍ନ କରି ଦେଖିଥିଲେ । ପରେ ଏହା ମଣିଷର ନୁହେଁ, କୌଣସି ବନ୍ୟଜନ୍ତୁର କଙ୍କାଳ ହୋଇଥାଇପାରେ ବୋଲି ପୋଲିସ କହିଛି ।

 

Leave A Reply

Your email address will not be published.