Latest Odisha News

BREAKING NEWS

ଆରବ ସାଗରରେ ଭାରତୀୟ ନୌସେନାର ଲାଇଭ୍ ଫାୟାରିଂ ଡ୍ରିଲ୍, ଜାରି ହେଲା ନାଭିଗେସନାଲ୍ ଚେତାବନୀ

ନୂଆଦିଲ୍ଲୀ: ଆରବ ସାଗରରେ ଲାଇଭ୍ ଫାୟାରିଂ ଡ୍ରିଲ୍ ଆରମ୍ଭ କରିଛି ଭାରତୀୟ ନୌସେନା। ମେ ୩ ରୁ ୭ ତାରିଖ ଯାଏ ଏକ ଗୁରୁତ୍ୱପୂର୍ଣ୍ଣ ଲାଇଭ୍ ଫାୟାରିଂ ଡ୍ରିଲ୍ କରିବାକୁ ଯୋଜନା କରିଛି। ଏହି ଅଭ୍ୟାସ ଗୁଜରାଟର ପୋରବନ୍ଦର ଉପକୂଳ ନିକଟରେ ଭାରତର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ଡ୍ରିଲ୍‌ରେ ନୌସେନାର ଯୁଦ୍ଧଜାହାଜ ଏବଂ ବିମାନଗୁଡ଼ିକ ଅଂଶଗ୍ରହଣ କରି ଆଣ୍ଟି-ଶିପ୍ ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ଫାୟାରିଂ ଅଭ୍ୟାସ କରାଯିବ।

ତେବେ ଭାରତୀୟ ହାଇଡ୍ରୋଗ୍ରାଫିକ୍ ଅଫିସ୍ ଏକ ନାଭିଗେସନାଲ୍ ଚେତାବନୀ ଜାରି କରି ଜାହାଜ ଏବଂ ବିମାନମାନଙ୍କୁ ଏହି ଅଞ୍ଚଳ ଦେଇ ଯାତାୟତ ନକରିବାକୁ ପରାମର୍ଶ ଦେଇଛି। ଯାହା ଦ୍ୱାରା ଉଭୟ ପକ୍ଷର ନିରାପତ୍ତା ନିଶ୍ଚିତ ହୋଇଛି। ଏହି ଅଭ୍ୟାସ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ହେଉଛି। ଯେଉଁଠାରେ ପାକିସ୍ତାନ ମଧ୍ୟ ଆରବ ସାଗରରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ନୌସେନା ଡ୍ରିଲ୍ ଜାରି ରଖିଛି। କିନ୍ତୁ ଏହାକୁ ଖାତିର ନକରି ଭାରତୀୟ ନୈସେନା ନିଜ ଡ୍ରିଲ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

ଏହି ଡ୍ରିଲ୍ ଭାରତୀୟ ନୌସେନାର ଯୁଦ୍ଧ ପ୍ରସ୍ତୁତି ଏବଂ ଦୀର୍ଘ-ଦୂରତ୍ୱ ସଠିକ୍ ଆକ୍ରମଣ କ୍ଷମତାକୁ ପ୍ରଦର୍ଶନ କରିବ। ନୌସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଏହା ଦେଶର ମାରିଟାଇମ୍ ସ୍ୱାର୍ଥକୁ ସୁରକ୍ଷା ଦେବା ସହ ନୌସେନାର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଇବ। ଏହି ଡ୍ରିଲ୍ ଦୁଇ ଦେଶର ନୌସେନା ମଧ୍ୟରେ ମାତ୍ର ୮୫ ନଟିକାଲ୍ ମାଇଲ୍ ଦୂରତ୍ୱ ମଧ୍ୟରେ ହେଉଛି। ଏହା ଆଞ୍ଚଳିକ ସ୍ଥିରତା ଏବଂ ନିରାପତ୍ତା ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Comments are closed.