Latest Odisha News

ଲାଞ୍ଚୁଆ ଆକାଉଣ୍ଟାଣ୍ଟକୁ ୪ ବର୍ଷ ଜେଲ ଦଣ୍ଡ

କେନ୍ଦୁଝର : ଆକାଉଣ୍ଟାଣ୍ଟକୁ ୪ ବର୍ଷ ଜେଲ ଦଣ୍ଡ । ଲାଞ୍ଚୁଆ ଆକାଉଣ୍ଟାଣ୍ଟ ପ୍ରଦୀପ ଶାନ୍ତିଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରମାନା ଶୁଣାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଙ୍ଗା ବ୍ଳକ ଉପର ଡିହା କୁସୁମପୁର ଗାଁରେ ଅନ୍ତର୍ଜାମୀ ସାହୁଙ୍କ ଠାରୁ ଆସିଥିବା ଅଧିକା ବିଲ କୁ କମ କରିବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗି ୨୦୧୪ ମସିହାରେ ଘଟଗାଁ ଇଲେଟ୍ରିକାଲ ଏସଡ଼ିଓ ଅଫସ୍ର ହିସାବ ରକ୍ଷକ ପ୍ରଦିପ ଶାନ୍ତି କେନ୍ଦୁଝର ଭିଜିଲାନ୍ସ ହାତରେ ଗିରଫ  ହୋଇଥିଲେ। ଆଜି ସ୍ୱତନ୍ତ୍ର ଭିଜିଲନ୍ସ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି।

 

Leave A Reply

Your email address will not be published.