Latest Odisha News

BREAKING NEWS

ସୁନ୍ଦରଗଡରେ ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ : ୧୦ଲକ୍ଷ ଟଙ୍କା ଜରିମାନା

ସୁନ୍ଦରଗଡ : ସୁନ୍ଦରଗଡରେ ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ  । ୨୦୧୬ ଟାଉନ୍ ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ  । ସୁନ୍ଦରଗଡ  ସ୍ବତନ୍ତ୍ର ପକ୍ସୋ କୋର୍ଟ ଦୋଷୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ସଞ୍ଜୀବ କେର୍କେଟା ବୋଲି ଜଣାପଡିଛି । ୨୦୧୬ ମସିହା ଅକ୍ଟୋବର ମାସରେ ଅଭିଯୁକ୍ତ ଜଣକ ଟାଉନ ଥାନା ଅଞ୍ଚଳର ଏକ ଶିଶୁକନ୍ୟାକୁ  ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିଥିଲା  ।

ଝିଅଟି ମା ପାଖରେ ଶୋଇଥିବା ବେଳେ ତାକୁ ଅପହରଣ କରିନେଇଥିଲା  ସଞ୍ଜୀବ  ।  ପରେ ତାକୁ ଦୁଷ୍କର୍ମ କରି ହତ୍ୟା କରିଥିଲା । ଘଟଣା ଘଟିବାର ୩ ଦିନ ପରେ ପୋଲିସ ଶିଶୁଟିର ଗଳିତ ମୃତଦେହ ଉଦ୍ଧାର କରିଥିଲା । ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା  ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ହୋଇଛି।

Leave A Reply

Your email address will not be published.