Latest Odisha News

BREAKING NEWS

ଖାଦ୍ୟରେ ବିଷ ଦେଇ ନୱାଜଙ୍କୁ ମାରିବାକୁ ପ୍ରୟାସ କରୁଛନ୍ତି ଇମ୍ରାନ !

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ସାରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡକୁ ଗତି କରୁଛି । ନଓ୍ବାଜ୍‌ଙ୍କୁ ଜେଲରେ ଦିଆଯାଇଥିବା ଖାଦ୍ୟରେ ବିଷ ମିଶାଯାଇ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ତାଙ୍କ ପୁଅ ଅଭିଯୋଗ କରିଥିବା ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ।

ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ, “ବାପା ନଓ୍ବାଜ୍‌ଙ୍କୁ ଦିଆ ଯାଉଥିବା ଖାଦ୍ୟରେ ବିଷ ମିଶାଯାଉଛି। ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ଆଡ଼କୁ ଗତି କରୁଛି। ତେବେ ଯଦି ଆଗକୁ ଯାଇ ନଓ୍ବାଜ୍‌ଙ୍କର କିଛି ହୁଏ ତେବେ ସମସ୍ତେ ଜାଣନ୍ତି ଏହା ପାଇଁ ଦାୟୀ କିଏ ରହିବ” ବୋଲି ଲଣ୍ଡନରେ ଥାଇ ଟ୍ୱିଟ କରିଛନ୍ତି ନୱାଜଙ୍କ ପୁଅ।


ହୁସୈନ ନଓ୍ବାଜ ଟ୍ବିଇଟ୍‌ କରି ଏ ସଂପର୍କରେ ସୂଚନା ଦେବା ପରେ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି ହୋଇଛି। ନଓ୍ବାଜଙ୍କ ସ୍ବାସ୍ଥ୍ୟ ଖରାପ ହେତୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ଶରୀରରେ ପ୍ଲେଟ୍‌ଲେଟ୍‌ କମ୍‌ ଥିବା କଥା ହୁସୈନ କହିଛନ୍ତି। ଏଥିସହ ଇମ୍ରାନ ଖାନଙ୍କ ସରକାରକୁ ସେ ସିଧାସଳଖ ଟାର୍ଗେଟ କରିଛନ୍ତି।

ମେଡିକାଲ ରିପୋର୍ଟ ଅନୁସାରେ ନଓ୍ବାଜଙ୍କ ଶରୀରର ପ୍ଲେଟ୍‌ଲେଟ୍‌ସ ୧୬୦୦୦ରୁ ୨୦୦୦ ହଜାରରେ ପହଞ୍ଚିଛି। ଗତ ସୋମବାର ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ଙ୍କୁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ପ୍ଲେଟ୍‌ଲେଟ୍‌ସ କାଉଣ୍ଟ ଡାଉନ କମ୍ ରହିଛି।

ତେବେ ବାପା ନୱାଜ ସରିଫଙ୍କର କିଛି ହେଲେ ତାପାଇଁ ଇମ୍ରାନଙ୍କ ସରକାର ଦାୟୀ ରହିବ ବୋଲି ହୁସୈନ କହିଛନ୍ତି।

ସୂଚନାଯୋଗ୍ୟ, ଭ୍ରଷ୍ଟାଚାର ଆରୋପରେ ନବାଜ ସରିଫ ଲହୋରର କୋଟ ଲକ୍ଷପତ୍ ଜେଲରେ ସଜା କାଟୁଛନ୍ତି ।

Leave A Reply

Your email address will not be published.