Latest Odisha News

BREAKING NEWS

୨୦୨୦ ଛୁଟି ତାଲିକା: କାହିଁକି ଖୁସି ନୁହଁନ୍ତି ସରକାରୀ କର୍ମଚାରୀ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୦ ମସିହା ଲାଗି ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛନ୍ତି । ଏହି କର୍ମଚାରୀମାନେ ଏହି ଛୁଟି ତାଲିକା ଦେଖି ସେପରି ଆନନ୍ଦ ଅନୁଭବ କରିପାରୁନାହାନ୍ତି । ସେମାନଙ୍କ ଲାଗି କ୍ଷୋଭର ବିଷୟ ହେଲା ଯେ, ଏହି ଛୁଟି ତାଲିକାରେ ରହିଛି ୮ଟି ରବିବାର ।

ଏହି ତାଲିକାରେ ଯେଉଁ ୮ଟି ଛୁଟି ରହିଛି ସେଗୁଡ଼ିକ ରବିବାର ଦିନ ପଡୁଥିବାରୁ ରବିବାର ଏହି ସରକାରୀ କର୍ମଚାରୀମାନେ ୮ଟି ନିଶ୍ଚିତ ଛୁଟି ହରାଉଛନ୍ତି ।

ଯେଉଁସବୁ ଉତ୍ସବ ଗୁଡ଼ିକ ରବିବାର ଦିନ ପଡୁଛି ସେହି ଛୁଟି ଗୁଡ଼ିକ ହେଲା ସାଧାରଣତନ୍ତ୍ର ଦିବସ, ପହିଲି ରଜ, ଗଣେଶ ପୂଜା, ନୂଆଖାଇ, ମହରମ, ମା ଦୂର୍ଗାଙ୍କ ମହାଷ୍ଟମୀ, ଦୂର୍ଗା ମହାନବମୀ ତଥା ଦୀପାବଳି ଅମାବାସ୍ୟା ।

ଯେହେତୁ ଏହିସବୁ ଛୁଟିଦିନ ଗୁଡ଼ିକ ରବିବାର / ୨ୟ ଶନିବାର, ୪ର୍ଥ ଶନିବାର ଦିନ ପଡୁଥିବାରୁ ଏଥିଲାଗି ସ୍ୱତନ୍ତ୍ର ଛୁଟି ଦିନ ଘୋଷିତ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି ।

Leave A Reply

Your email address will not be published.