Latest Odisha News

ସୁକମାରେ ନକ୍ସଲ-ସୁରକ୍ଷାକର୍ମୀ ମୁହାମୁହିଁ: ଏକାଧିକ ନକ୍ସଲ ନିହତ ହୋଇଥିବା ଅନୁମାନ

ସୁକମା: ସୁକମାର ତାଡମେଟଲା ଏବଂ ଦୁଲେଡର ମଧ୍ୟବର୍ତ୍ତୀ ଅଞ୍ଚଳରେ ସିଆରପିଏଫ ଏବଂ ନକ୍ସଲଙ୍କ ମଧ୍ୟରେ ଜୋରଦାର ସଂଘର୍ଷ । କୋବ୍ରା ୨୦୬ ଯବାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି ନକ୍ସଲ । ମୀନପାରେ ପୋଲିଂ ପାର୍ଟିକୁ ସୁରକ୍ଷା ଦେବା ପାଇଁ ଏହି ଯବାନମାନେ ଜଙ୍ଗଲରେ ମୁତୟନ ଥିଲେ । ହେଲେ ଏଠାରେ ନକ୍ସଲଙ୍କ ସହ ଯବାନଙ୍କର ପ୍ରାୟ ୨୦ ମିନିଟ ମୁହାଁମୁହିଁ ସଂଘର୍ଷ ଘଟିଛି । ଏଥିରେ ଏକାଧିକ ନକ୍ସଲ ନିହତ ହୋଇଥିବା ଖବର ମିଳିଛି । କିଛି ଯବାନ ମଧ୍ୟ ଆହତ ହୋଇଥିବା ଜଣାଯାଇଛି ।

ଆଜି ଛତିଶଗଡରେ ମତଦାନ ଥିବାରୁ କାଙ୍କରେ ଜିଲ୍ଲାର ବାନ୍ଦେ ଥାନା ଅଞ୍ଚଳରେ ବିଏସଏଫ ଏବଂ ଡିଆରଜି ଟିମ ସୁରକ୍ଷା ଦାୟିତ୍ୱରେ ଥିଲେ । ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରୁ ଏକେ-୪୭ ଜବତ ହୋଇଥିଲା । ଘଟଣାସ୍ଥଳକୁ ସୁରକ୍ଷାକର୍ମୀ ଘେରି ଯାଞ୍ଚ କରୁଛନ୍ତି । ଏହି ସଂଘର୍ଷରେ ଏକାଧିକ ନକ୍ସଲ ମୃତାହତ ହୋଇଥିବା ଅନୁମାନ କରାଯାଉଛି ।

ପୋଲିସର କହିବାନୁଯାୟୀ, ୨-୩ ଜଣ ମାଓବାଦୀଙ୍କୁ ଉଠାଇ ନେଇ ସାଥୀ ମାଓବାଦୀମାନେ ପଳାଇ ଯାଉଥିବା ଦେଖିବାକୁ ମିଳଥିଲା । ଘଟଣାସ୍ଥଳରେ ରକ୍ତର ଛିଟା ମଧ୍ୟ ପଡିଥିଲା । ହୁଏତ ଏମାନଙ୍କର ମୃତ୍ୟୁ ଘଟିଥାଇପାରେ କିମ୍ବା ଆହତ ହୋଇଥାଇ ପାରନ୍ତି । ତେବେ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । କିଛି ଯବାନ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି ।

ସୂଚନାଥାଉ କି, ଆଜି ଛତିଶଗଡର ୨୦ଟି ଆସନରେ ଆଜି ଭୋଟ ଗ୍ରହଣ କରାଯାଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ କରାଯାଇଛି ।

Leave A Reply

Your email address will not be published.