Latest Odisha News

ଆମ୍ବାଗଡ ବୁଡୁ ପାତ୍ର ହତ୍ୟା ମାମଲା: ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର; ଦୀର୍ଘ ୬ ବର୍ଷ ପରେ ବ୍ରହ୍ମପୁର ଆମ୍ବାଗଡ ବୁଡୁ ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତକୁ ଦଣ୍ଡାଦେଶ । ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ । ଗତ ୨୦୧୭ ମସିହାରେ ବୁଡୁ ପାତ୍ରଙ୍କୁ ହତ୍ୟା କରାଯାଇଥିଲା ।

ସୂଚନା ଅନୁସାରେ, ଗତ ୨୦୧୭ ମସିହାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆମ୍ବାଗଡ ଅଞ୍ଚଳର ବୁଡୁ ପାତ୍ର ନାମକ ଜଣେ ଯୁବକକୁ ହତ୍ୟା କରାଯାଇଥିଲା । ଏହାର ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ପର୍ଯ୍ୟାୟକ୍ରମେ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ କରି କୋର୍ଟ ଫରୱାର୍ଡ କରିଥିଲା ପୋଲିସ । ଦୀର୍ଘ ଦିନଧରି ମାମଲା କୋର୍ଟରେ ଚାଲିଥିବା ବେଳେ ଶେଷରେ ଦୀର୍ଘ ୬ ବର୍ଷ ପରେ ମାମଲାକୁ ଶେଷ କରିଛନ୍ତି ଏଡିଜେ କୋର୍ଟ । ଘଟଣାରେ ଜଡିତ ଥିବା ସମସ୍ତ ୮ ଅଭିଯୁକ୍ତକୁ ଆଜୀବନ କାରଦଣ୍ଡ ଶୁଣାଇଛନ୍ତି କୋର୍ଟ ।

Leave A Reply

Your email address will not be published.