Latest Odisha News

BREAKING NEWS

ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି କହିଥିଲେ ଶାହା, କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନକୁ ନିନ୍ଦା କଲା ସିପିଆଇ ମାଓବାଦୀ

ରାୟପୁର: ଶାହାଙ୍କ ଗସ୍ତ ପରେ ମାଓବାଦୀଙ୍କ ବିବୃତି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜାପୁର ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଥିଲେ । 
କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରି ଏକ ପ୍ରେସ ବିବୃତି ଜାରି କରିଛି ସିପିଆଇ ମାଓବାଦୀ ସଂଗଠନ । ଯବାନଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ନର୍ଥବ୍ଲକକୁ ଦାୟୀ କରିଛି ମାଓବାଦୀ ସଂଗଠନ । ଏହାସହ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ମାଓ ସଂଗଠନ । ସେମାନଙ୍କ ଲଢେଇ ସୁରକ୍ଷା କର୍ମୀଙ୍କ ବିରୋଧରେ ନୁହେଁ, ସରକାରଙ୍କ ବିରୋଧରେ, ବୋଲି କୁହାଯାଇଛି । 
Leave A Reply

Your email address will not be published.