Latest Odisha News

BREAKING NEWS

ଦଶମ ଶ୍ରେଣୀ ଛାତ୍ରକୁ ପିଟିପିଟି ମାରିଦେଲେ ମାଓବାଦୀ

ସୁକମା: ପୁଣି ତେଜିଲେଣି ମାଓବାଦୀ । ନିର୍ମମ ଭାବେ ପିଟିପିଟି ନେଇଗଲେ ଜଣେ ୧୬ ବର୍ଷର ଛାତ୍ରର ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ସୁକମା ଜିଲ୍ଲାରେ । ତେବେ କିଛି ଦିନ ହେବ ଓଡିଶା ଓ ଛତିଶଗଡ ସୀମାରେ ମାଓ କାର୍ଯ୍ୟକଳାପ କିଛି ଟା ଥିମିଥିବା ଭିତରେ ପୁଣି ବର୍ବରକାଣ୍ଡ ଭିଆଇଛନ୍ତି ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପୋଲିସ ସୂଚନାକାରୀ ସନ୍ଦେହ କରି ଅତି ନିର୍ମମ ଭାବରେ ପିଟିପିଟି ମାରିଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଢ ସୁକମା ଜିଲ୍ଲା ପୂଭର୍ତ୍ତି ଗାଁରେ ଜଣେ ୧୬ ବର୍ଷର ଦଶମ ଛାତ୍ର ଓ ତାଙ୍କର ୧୯ ବର୍ଷ ବୟସର ଭାଇଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ହତ୍ୟା କରିଛନ୍ତି ମାଓବାଦୀ । ତେବେ ଏହାକୁ ନେଇ ସୁକୁମା ଏସପି କହିଛନ୍ତି, ପ୍ରଥମେ ଆମେ ମଙ୍ଗଳବାର ରାତିରେ ପୂଭର୍ତ୍ତି ଗାଁର ଜଣେ ୧୬ ବର୍ଷର ଛାତ୍ର ସୋଏମ ଶଙ୍କରଙ୍କୁ ମାଓବାଦୀ ତାଙ୍କ ଘରେ ପଶି ପିଟିକି ମାରିଦେଇଥିବା ସୂଚନା ପାଇଥିଲୁ । ଯେତେବେଳେ ଏନେଇ ଆମେ ତଦନ୍ତ ଆରମ୍ଭ କଲୁ ପରେ ଜଣାପଡିଥିଲା ତାର ପୂର୍ବ ସପ୍ତାହରୁ ତାଙ୍କର ଭାଇ, ଯାହାଙ୍କର ବୟସ ୧୯ ବର୍ଷ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ । ତେବେ ଉକ୍ତ ସ୍ଥାନରେ ପୋଲିସର ସୁରକ୍ଷା କଡାକଡି ହେବାରୁ ମାଓବାଦୀମାନେ କ୍ଷୁବ୍ଧ ହୋଇ ଏଭଳି କାଣ୍ଡ କରିଥିବା କହିଛନ୍ତି ଏସପି ।

Comments are closed.