ନୂଆଦିଲ୍ଲୀ: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସୈନୀ । ଆଜି ବସିଥିବା ବିଧାୟକ ଦଳ ବୈଠକରେ ନାୟବ ସୈନୀଙ୍କ ନାଁରେ ମୋହର ଲାଗିଛି । ସନ୍ଧ୍ୟା ୫ଟାରେ ନାୟବ ସୈନୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହିତ ୫ ନୂଆ ଚେହେରା ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ।
୫୪ ବର୍ଷୀୟ ନାୟବ ସିଂ ସୈନୀ ଅମ୍ୱାଲା ଜିଲ୍ଲାର ନାରାୟଣଗଡ଼ ବିଧାନସଭାର ମିର୍ଜାପୁର ଗାଁର ବାସିନ୍ଦା । ସେ ମେରଠର ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପଢ଼ିଛନ୍ତି । ୨୦୧୪ରେ ପ୍ରଥମ ଥର ପାଇଁ ସେ ଅମ୍ୱାଲା ଜିଲ୍ଲାର ନାରାୟଣଗଡ଼ ବିଧାନସଭାରୁ ବିଧାୟକ ହୋଇଥିଲେ । ପରେ ସେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ । ସେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ନିର୍ମଳ ସିଂଙ୍କୁ ୩ ଲକ୍ଷ ୮୪ ହଜାର ୫୯୧ ଭୋଟରେ ହରାଇଥିଲେ ।
୨୦୧୯ରେ ସେ କୁରୁକ୍ଷେତ୍ରରୁ ସାଂସଦ ହୋଇଥିଲେ । ୨୦୧୬ରେ ହରିୟାଣା ସରକାରଙ୍କ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୧୪ରେ ନାରାୟଣଗଢ଼ରୁ ବିଧାୟକ ହୋଇଥିଲେ । ୨୦୧୨ରେ ବିଜେପିର ଅମ୍ୱାଲା ଜିଲ୍ଲାର ଅଧ୍ୟକ୍ଷ ଥିଲେ । ୨୦୦୯ରେ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ । ୨୦୦୨ରେ ବିଜେପିର ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ ।
ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲା ଖଟ୍ଟର ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଥିଲେ ।
Comments are closed.