Latest Odisha News

BREAKING NEWS

ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୬ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟ ‘ଉତ୍କଳ ରଙ୍ଗମଞ୍ଚ’ ରେ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୬ତମ ଜୟନ୍ତୀ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗୁରୁ ଆର୍ଭତ୍ରାଣ ଶତପଥୀ ଗୁରୁ ସିକତା ଦାସ, ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ଏବଂ ଗୁରୁ କେଶବ ଚନ୍ଦ୍ର ରାଉତ ଅତିଥି ଭାବରେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ସଂଯୋଜନା ଏବଂ ଗୁରୁ କାଳନ୍ଦୀ ଚରଣ ପରିଡ଼ାଙ୍କ ପରିଚାଳନା ଓ ନିର୍ଦ୍ଦେଶନାରେ ପି.ଗୁଲସନ୍ କୁମାର, ଜଳନ୍ଧର ନାୟକ ଏବଂ ଜୟଗୁରୁ ପ୍ରଧାନ ମର୍ଦ୍ଦଳ ବାଦନ କରିଥିଲେ । ଦ୍ୱିତୀୟ ଚରଣରେ ଗୁରୁ କେଶବ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ସଂଗୀତ ବିଭାଗର ଶିକ୍ଷାନବୀଶମାନେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁରୁ ଉଦ୍ଧୃତ ଚମ୍ପୁ ‘ସପତଟି ମୋରରେ…’ ପରିବେଷଣ କରିଥିଲେ । ପରେ ପରେ ସଂଗୀତ ସଂଯୋଜକ ତଥା ଗୁରୁ କାର୍ଷିକ ଚନ୍ଦ୍ର ସାହୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ବର ସଂଯୋଜିତ ଏବଂ ଗୁରୁ ଦାମୋଦର କରଙ୍କ ରଚିତ ସଂଗୀତ ‘ବାରେ ଥରେ ଆରେ’, ‘ସଜନୀ ମୁଁ ହୁଡିଲି’ ଓ ଜଣାଣ ‘ତାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ’ ପରିବେଷଣ କରିଥିଲେ ।

ପରିଶେଷରେ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଏକ ମନଛୁଆଁ ସଂଗୀତ ପରିବେଷଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମରେ ପ୍ରତୀକ୍ଷା ନନ୍ଦ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.