Latest Odisha News

BREAKING NEWS

ଦିନେ ଥିଲେ ଏକ ସାଧାରଣ ଶ୍ରମିକ, ଆଜି ସେ ଲକ୍ଷ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କିଏ ସେ…

ଭୁବନେଶ୍ଵର: କଥାରେ ଅଛି ଯିଏ ତାର ଜୀବନରେ କିଛି କରିବାକୁ ସ୍ୱପ୍ନ ଦେଖିଥାଏ ତାକୁ ସେ ସାକାର କରିବା ପାଇଁ କିଛି ବି କରିପାରେ । ନିଜ ଦମରେ କୌଣସି ବି ସ୍ୱପ୍ନକୁ ସାକାର କରାଯାଇପାରେ । ଆଉ କିଛି ଦିନ ତଳେ ଏଇ କଥାକୁ ସଠିକ୍ ପ୍ରମାଣିତ କରିଥିଲେ ଓଡିଶାର ପ୍ରସିଦ୍ଧ ୟୁଟ୍ୟୁବର ଇଶାକ ମୁଣ୍ଡା । ଦିନେ କୁଲି ମଜୁରୀ କରି ପେଟ ପୋଷୁଥିବା ଇଶାକ ଏବେ ଇଣ୍ଟରନେଟ୍ ସେନ୍ସେଶନ ହୋଯାଇଛନ୍ତି । ୟୁଟ୍ୟୁବର ସାହାରା ନେଇ ଇଶାକ ତାଙ୍କର ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିପାରିଛନ୍ତି । ଏକ ସାଧାରଣ ଶ୍ରମିକରୁ ସେ ହୋଇପାରିଛନ୍ତି ଷ୍ଟାର୍ ୟୁଟ୍ୟୁବର…

କୋଭିଡ ମହାମାରୀ ସମୟରେ ଇଶାକଙ୍କ ଚାକିରି ଚାଲିଯାଇଥିଲା । ଏହା ପରେ ସେ ଘର ଚଳାଇବା ପାଇଁ କୁଲି ମଜୁରୀ କାମ ଆରମ୍ଭ କରିଥିଲେ । ସେଥିରୁ ସେ ପ୍ରତିଦିନ ୨୫୦ ଟଙ୍କା ପାଉଥିଲେ। ସେଥିରେ କଷ୍ଟେ ମଷ୍ଟେ ସେ ଚଳିଯାଉଥିଲେ । କିନ୍ତୁ ମହାମାରୀର ବୃଦ୍ଧି ଲାରଣରୁ ସାରା ଦେଶରେ ଲକଡାଉନ ଆରମ୍ଭ ହୋଇଗଲା । ସେହି କାରଣରୁ ତାଙ୍କ ରୋଜଗାରର ସବୁ ପନ୍ଥା ମଧ୍ୟ ବନ୍ଦ ହୋଇଗଲା । ସେହି ଲକଡାଉନ୍‌ ସମୟରେ ଦିନେ ୟୁଟ୍ୟୁବ୍‌ ଦେଖୁ ଦେଖୁ ତାଙ୍କର ମଧ୍ୟ ଭିଡିଓ ବନେଇବାକୁ ଇଚ୍ଛା ହେଲା । ସେଥିପାଇଁ ଏକ ସାଧାରଣ ସ୍ମାର୍ଟଫୋନ୍‌ କିଣି ସେଥିରେ ନିଜର ଖାଦ୍ୟପେୟକୁ ନେଇ ଭିଡିଓ ବନେଇ ତାକୁ ପୋଷ୍ଟ୍‌ କରିଲେ । ସେଥିମଧ୍ୟରୁ ଗୋଟେ ଭିଡିଓ ଏପରି ଭାଇରାଲ ହେଲା ଯେ ବିଶ୍ୱ ସାରା ଲୋକ ସେହି ଭିଡିଓକୁ ପସନ୍ଦ କରିବାରେ ଲାଗିଲେ । ଏହାପରେ ଇଶାକ୍‌ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ସେହିପରି ଭିଡିଓ ପୋଷ୍ଟ କରିବାକୁ ଲାଗିଲେ । ବର୍ତ୍ତମାନ ସେ ସେଥିରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଳକ୍‌ ବାବୁପାଲି ଗାଁର ଇଶାକ୍‌ ମୁଣ୍ଡା ଏବେ ଜଣେ ସଫଳ ୟୁଟ୍ୟୁବର୍‌ । ଖାଇବା ଶୋଇବା ସହ ନିଜ ପରିବାରର ପ୍ରତି ମୁହୂର୍ତ୍ତର ଭିଡିଓ ସେୟାର୍‌ କରି ସେ ଖୁବ୍‌ ଲୋକପ୍ରିୟ ହୋଇଛନ୍ତି । ଗତ ୨୦୨୦ ମାର୍ଚ୍ଚ ମାସରେ ସେ ପ୍ରଥମ ଭିଡିଓ ଅପଲୋଡ୍‌ କରିଥିଲେ । ତା’ ପରେ ‘ଇଶାକ ମୁଣ୍ତା ଇଟିଂ’ ନାମରେ ସେ ଖୋଲିଥିବା ୟୁଟ୍ୟୁବ୍‌ ଚ୍ୟାନେଲର ଲୋକପ୍ରିୟତା ବଢ଼ିଚାଲିଥିଲା । ତାଙ୍କର ପ୍ରଥମ ଅପଲୋଡ ଭିଡିଓରେ ସେ ଭାତ ସହ ମସୁର ଡାଲି, ସଜନା ଶାଗ, ଟମାଟୋ ଏବଂ ଲଙ୍କା ଖାଉଥିବାର ନଜର ଆସିଥିଲେ ।

ଇଶାକଙ୍କ କହିବା ଅନୁସାରେ ତାଙ୍କର ପ୍ରଥମେ ଅପଲୋଡ ହୋଇଥିବା କିଛି ଭିଡିଓ କେହି ଦେଖିନଥିଲେ । ତଥାପି ସେ ହାର ନମାନି ଅଧିକ ଅଧିକ ଭିଡିଓ ଛାଡିବାକୁ ଲାଗିଲେ । ଧୀରେ ଧୀରେ ଲୋକମାନେ ତାଙ୍କର ଭିଡିଓ ଦେଖିବା ସହ ଲାଇକ କରିବା ଆରମ୍ଭ କଲେ । ଏହା ସହିତ, ତାଙ୍କ ସବସ୍କ୍ରାଇବର ସଂଖ୍ୟା ମଧ୍ୟ ଧିରେ ଧିରେ ବଢିବାକୁ ଲାଗିଲା । ତାଙ୍କର ପଖାଳ ଖିଆ ଭିଡିଓ ବେଶ୍ ଭାଇରାଲ ହୋଇଥିଲା । ଏପରିକି ତାଙ୍କ ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ରେ କହିଥିଲେ ।

 

Leave A Reply

Your email address will not be published.