Latest Odisha News

ନାୟବ ସିଂହ ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ : କାଲି ଶପଥ ନେବେ

ନୂଆଦିଲ୍ଲୀ : ହରିୟାଣାରେ ହ୍ୟାଟ୍ରିକ ମାରିବା ପରେ ପୁଣି ସରକାର ଗଢିବ ବିଜେପି। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି । ପୂର୍ବ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ  ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ବିଜେପି ବିଧାନସଭା ଦଳର ଏକ ବୈଠକ ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ହରିୟାଣା ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସହ-ଦାୟିତ୍ୱରେ ଥିବା ବିପ୍ଲାବ ଦେବ, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ ।

ଏହି ବୈଠକ ପାଇଁ ଅମିତ ଶାହା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା । ବିଜେପିର ଅନିଲ ବିଜ ଏବଂ ରାଓ ଇନ୍ଦରଜିତ ସିଂ ମଧ୍ୟ ସିଏମ ପଦ ପାଇଁ ଦାବି କରିଥିଲେ ମଧ୍ୟ ଦଳ ପୁଣି ଥରେ ନାୟବ ସିଂହ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି । ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି ।

ସୂଚନାଯୋଗ୍ୟ, ନାୟବ ସିଂହ ସୈନି  ମୁଖ୍ୟମନ୍ତ୍ରୀ ହେବା ନେଇ ନିର୍ବାଚନ ସମୟରେ ଗୃହମନ୍ତ୍ରୀ ଅମିତ ଶାହା ପଞ୍ଚକୁଲାରେ କହିଥିଲେ।

Leave A Reply

Your email address will not be published.