ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ ପରେ ରିମାଣ୍ଡରେ ନେଇ ଜେରା କରୁଛି ଏସଆଇଟି । ଅଧିକ ତଥ୍ୟ ହାସଲ କରୁଛି । ଏପଟେ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ଆଜି ଯଦୁପୁର ଗାଁରେ ପହଞ୍ଚି ଖୋଳତାଡ କରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ସେ ଆଲୋଚନା କରିଛନ୍ତି । ଅଧିକ ପ୍ରମାଣ ପାଇଁ ପୋଖରୀ ଭିତରେ ଯାଞ୍ଚ କରୁଛନ୍ତି ଓଡ୍ରାଫ୍ ଟିମ୍ । ସ୍କୁବା ଡାଇଭର ସାହାଯ୍ୟରେ ଚାଲିଛି ଖୋଜାଖୋଜି ।

ଗତକାଲି ପୋଖରୀ ଭିତରୁ ନାବାଳିକାଙ୍କ ଲେଗିଙ୍ଗସ ମିଳିଥିଲା । ପୋଖରୀ ନିକଟ ଏକ ବୁଦା ନିକଟରୁ ଉଦ୍ଧାର ହୋଇଥିଲା ଗଳିତ ମୃତଦେହ । ଗତକାଲି ପ୍ରେସମିଟରେ ପରୀ ହତ୍ୟା ଉପରୁ ପରଦା ହଟାଇଥିଲେ ଅସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କାହିଁକି ଓ କିଭଳି ଘଟଣା ଘଟିଥିଲା କହିଥିଲେ । ଅଭିଯୁକ୍ତ ସରୋଜ ସେଠୀ ନାବାଳିକାଙ୍କୁ ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିବା ମାନିଛି । ତାକୁ ତିନି ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ଏସଆଇଟି ।
BREAKING NEWS
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
Comments are closed.