Latest Odisha News

BREAKING NEWS

କାର ଚକା ଫାଟି ବାହାରିଗଲା ଇଞ୍ଜିନ, ସୌଭାଗ୍ୟବଶତଃ ବଞ୍ଚିଗଲା ଡ୍ରାଇଭରଙ୍କ ଜୀବନ

କଟକ: କଥାରେ ଅଛି ରଖେ ହରି ତ ମାରେ କିଏ । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ ଡ୍ରାଇଭରଙ୍କ ଜୀବନ ବଞ୍ଚିଯାଇଛି । ଆପଣ ଫଟୋରେ ଦେଖୁଛନ୍ତି ଦୁର୍ଘଟଣାଗ୍ରସ୍ତ କାରର କେମିତି ଅବସ୍ଥା ହୋଇଛି । ଏତେ ବଡ଼ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି ।

ଦ୍ରୁତ ଗତିରେ ଯାଉଥିବା କାରର ହଠାତ୍ ପଛ ଚକା ଫାଟିଗଲା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର୍ । ଏହାପରେ ଇଞ୍ଜିନ କାରରୁ ବାହାରି କିଛି ଦୂରରେ ଛିଟିକି ପଡ଼ିଥିଲା । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥ ନିଗୁଣ୍ଡି ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି । କିନ୍ତୁ କାର ଭିତରେ ଆଉ କେହି ଯାତ୍ରୀ ନଥିଲେ । କାରଟି ଭୁବନେଶ୍ୱରରୁ ଚୌଦ୍ୱାର ଆସୁଥିଲା । ତେବେ ଡ୍ରାଇଭର ରାସ୍ତା ଜାଣି ନପାରି ଟାଙ୍ଗୀ ଅଭିମୁଖେ ପଳାଇ ଯାଇଥିଲେ । ଦୁର୍ଘଟଣା ଖବର ପାଇଁ ଘଟଣାସ୍ଥଳରେ ଟାଙ୍ଗୀ ଥାନା ପୋଲିସ ପହଞ୍ଚିଥିଲା । ଏହି ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.