Latest Odisha News

BREAKING NEWS

ଇଣ୍ଡିଆନ ଗ୍ରାଁପ୍ରି ୪: ଲଙ୍ଗଜମ୍ପରେ ବାଜି ମାରିଲେ ନୟନା, ଅମୀୟଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି୪ରେ ମଙ୍ଗଳବାର ମହିଳା ଲଙ୍ଗଜମ୍ପରେ କେରଳର ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । କେରଳର ନୟନା ଜେମ୍ସ ୨ ଥର ୬.୩୬ ମିଟର ଜମ୍ପ କରି ଲଙ୍ଗଜମ୍ପ ଟାଇଟଲ ହାସଲ କରିଛନ୍ତି । ପ୍ରଥମ ୨ ରାଉଣ୍ଡ ସୁଦ୍ଧା ଆଂନ୍ସି ସୋଜାନ ୬.୨୯ ମିଟର ଜମ୍ପ କରି ଆଗରେ ଥିଲେ । ୪ର୍ଥ ରାଉଣ୍ଡରେ ସେ ୬.୩୫ ମିଟର ଜମ୍ପ କରି ଟାଇଟଲ ଆଶା ସୃଷ୍ଟି କରିଥିଲେ । ୨୬ ବର୍ଷୀୟା ନୟନା ପ୍ରଥମ ୨ଟି ଉଦ୍ୟମରେ ୫.୯୯ ମିଟର ଜମ୍ପ କରିଥିଲେ । ମାତ୍ର ତୃତୀୟ ରାଉଣ୍ଡରେ ସେ ଏହାକୁ ବଢ଼ାଇ ୬.୩୦ମି. କରିଥିଲେ । ଏହା ପରେ ଲଗାତାର ୨ ଥର ୬.୩୭ ମିଟର ଡେଇଁ ପ୍ରଥମ ସ୍ଥାନ ହାସଲ କରିଥିଲେ । ୧୦୦ ମିଟର ପୁରୁଷ ବିଭାଗ ରେସରେ ଓଡିଶାର ଅମୀୟ କୁମାର ମଲ୍ଲିକ (୧୦.୭୪ ସେକେଣ୍ଡ)ଓ ଆର୍ଯ୍ୟନ ଏକ୍କା (୧୦.୮୬)ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ । ମହାରାଷ୍ଟ୍ରର କରନ ବିବେକ(୧୦.୯୫) ତୃତୀୟ ସ୍ଥାନ ହାସଲ କରିଥିଲେ ।

୪୦୦ ମିଟରରେ ତାମିଲନାଡୁର କେ.ସରନ(୪୭.୪୨ ସେକେଣ୍ଡ), ଡିସକସ ଥ୍ରୋରେ ପଞ୍ଜାବର କ୍ରିପାଲ ସିଂ(୫୯.୯୨ ମିଟର), ମହିଳା ୪୦୦ ମିଟରରେ ତାମିଲନାଡୁର ଆର.ଭିଥେୟା ରାମରାଜ (୫୩.୯୫ ସେକେଣ୍ଡ), ପୋଲ ଭୋଲ୍ଟରେ ତାମିଲନାଡୁର ବାର୍ଣ୍ଣିସିଆ ଇଲାନଗୋଭାନ (୪.୦୫ ମିଟର) ଓ ମହିଳା ଡିସକସ ଥ୍ରୋରେ ପଞ୍ଜାବର ନଭଜିତ କୌର (୫୪.୭୯ ମିଟର) ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.