Latest Odisha News

BREAKING NEWS

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାଜକୁ ହରାଇଲା ଭେଲୋସିଟି

ମୁମ୍ବାଇ: ଚଳିତ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟରେ ମଙ୍ଗଳବାର ଦୀପ୍ତି ଶର୍ମା ନେତୃତ୍ୱାଧୀନ ଭେଲୋସିଟି ୭ ୱିକେଟରେ ସୁପରନୋଭାଜକୁ ପରାସ୍ତ କରିଛି । ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର ଚେଜ ହୋଇଛି । ସୁପରନୋଭାଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୦ ରନ ସଂଗ୍ରହ କରିଥିଲା । ଅଧିନାୟିକା ହରମନପ୍ରୀତ କୌର ୫୧ ବଲରେ ଦ୍ରୁତ ୭୧ ରନ ସଂଗ୍ରହ କରିଥିଲେ । ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭେଲୋସିଟି ହାତରେ ୧୦ଟି ବଲ ଓ ୩ଟି ୱିକେଟ ଥାଇ ମ୍ୟାଚକୁ ଜିତି ନେଇଥିଲା ।

BjdElectrycity

ଶେଫାଳୀ ବର୍ମା (୫୧) ଓ ଲାରା ୱେଲଭେଡର୍ଟ(୫୧) ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସୁପରନୋଭାଜ ଓ ଭେଲୋସିଟି ୨ପଂଏଟ ଲେଖାଁଏ ହାସଲ କରିଛନ୍ତି । ସୁପରନୋଭା ୨ଟି ଯାକ ମ୍ୟାଚ ଖେଳି ସାରିଥିବା ବେଳେ ଭେଲୋସିଟି ଓ ଟ୍ରେଲବ୍ଲେଜର୍ସ ଆଉ ଗୋଟିଏ ଲେଖାଁଏ ମ୍ୟାଚ ଖେଳିବେ ।

Leave A Reply

Your email address will not be published.