Latest Odisha News

BREAKING NEWS

ଶାହାରୁଖ୍‌ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିବେ ଅଭିନେତ୍ରୀ ନୟନତାରା!

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ ସେ ପୁଣି ବଲିଉଡ୍‌ ଅଭିନେତା ଶାହାରୁଖ୍‌ଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ନଜର ଆସିବେ।

ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଅତ୍‌ଲୀଙ୍କ ସହ ଶାହରୁଖ ଖାନଙ୍କ ଫିଲ୍ମରେ ଫିମେଲ୍‌ ଲିଡ୍‌ରେ ଅଭିନୟ କରିବେ ନୟନତାରା। ଏ ନେଇ ଫିଲ୍ମ ନିର୍ମାତା ନୟନତାରାଙ୍କ ସହ ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ। ପ୍ରକାଶ ଥାଉ କି ନିର୍ଦ୍ଦେଶକ ଅତ୍‌ଲୀଙ୍କ ସହ ଶାହରୁଖଙ୍କ ଆଗାମୀ ଚଳଚ୍ଚିତ୍ର ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ପରଦାକୁ ଆସିବାର ଯୋଜନା ରହିଛି।

Leave A Reply

Your email address will not be published.