Latest Odisha News

BREAKING NEWS

କେତେ ଘାତକ ଡେଲଟା ପ୍ଲସ ? ଗୁରୁତ୍ୱପୂର୍ଣ୍ଣ କଥା କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଏବେ ଡେଲଟା ପ୍ଲସ ଭାରିଆଣ୍ଟକୁ ନେି ଚର୍ଚ୍ଚା । ଓଡ଼ିଶାରୁ ଗୋଟିଏ କେସ୍ ଚିହ୍ନଟ ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି । ନୂଆ ଭାଇରସ୍ କେତେ ମାରାତ୍ମକ । ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡେଲଟା ପ୍ଲସ୍ ଭାରିଆଏଣ୍ଟ ଵିଶେଷ ଘାତକ ନୁହେଁ । ଘାତକ ହୋଇଥିଲେ ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପୀ ସାରିଥାଆନ୍ତା । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ।

ଡେଲଟା ପ୍ଲସ ଚିହ୍ନଟ ବ୍ୟକ୍ତି ସୁସ୍ଥ ହୋଇସାରିଥିବାରୁ ବର୍ତ୍ତମାନ କୌଣସି କଣ୍ଟାକ୍ଟ ଟ୍ରେସିଂର ଆବଶ୍ୟକତା ନାହିଁ । ଆଇଏଲଏସରେ ଜାନୁଆରୀରୁ ଜିନୋମ୍ ସିକ୍ୟୁଏନିସିଂ କରଯାଇଥିଲା । ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ୩ହଜାର ୮୦୦ ସାମ୍ପୁଲ ଜିନୋମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇ ଥିଲା । ସେଥିରୁ ଓଡ଼ିଶାରୁ ୧୧ଶହ ନମୁନା ପରୀକ୍ଷା ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସାରା ଦେଶରୁ ୪୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇଥିଲା । ସେଥିରୁ ମାତ୍ର ୪୮ଟି ଡେଲଟା ପ୍ଲସ କେସ୍ ସାମନାକୁ ଆସିଛି । ଯାହାକି ମାତ୍ର ୦.୦୧ ପ୍ରତିଶତ । ଆଗାମୀ ଦିନରେ ନୂଆ ଭାରିଆଣ୍ଟର ପ୍ରଭାବ କିଭଳି ରହିବ ସେନେଇ ଅଧିକ ଗବେଷଣା ଚାଲିଛି । ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା ଚେତେଇ ଦେଇଛନ୍ତି, ସତର୍କ ନ ରହିଲେ ଭାଇରକୁ ଆମେ ଆମନ୍ତ୍ରଣ କରିବା ଭଳି ହେବ । ଅମାନିଆ ହେବା ଆମ ପାଇଁ ବିପଦ ସୃଷ୍ଟି କରିପାରେ ।

Leave A Reply

Your email address will not be published.