Latest Odisha News

BREAKING NEWS

ଇଣ୍ଡିଆ ମେଣ୍ଟକୁ ବାଏ ବାଏ କହି ଏନଡିଏ ମୁହାଁ ଫାରୁକ୍ ଅବଦୁଲ୍ଲା!

ଜମ୍ମୁ:ଝଟକା ଉପରେ ଝଟକା ଖାଉଛି ଇଣ୍ଡିଆ ମେଣ୍ଟ। ପୁଣି ଏନଡିଏ ମୁହାଁ ହେଉଛନ୍ତି ଆଉ ଜଣେ ଗଠବନ୍ଧନର ସଦସ୍ୟ। ଏବେ ଚର୍ଚ୍ଚା ହେଉଛି ଯେ ଏନ୍‌ଡିଏରେ ସାମିଲ ହେବେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫ୍ରେନ୍ସ ମୁଖ୍ୟ ଫାରୁଖ ଅବଦ୍ଦୁଲା। ଏନେଇ ସେ ଆଜି ଇସାରା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ଦଳ ସହ ମେଣ୍ଟ କରିବେ ନାହିଁ। ସେ ଜମ୍ମୁ କଶ୍ମୀରରେ ଏକା ନିର୍ବାଚନ ଲଢ଼ିବେ।

ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ନ୍ୟାସନାଲ କନଫ୍ରେନ୍ସ ଏଠାରେ ଏକା ନିର୍ବାଚନ ଲଢ଼ିବ। କାହା ସହ ସିଟ୍‌ ସେୟାରିଂ କରିବ ନାହିଁ। ମୁଁ ଭାବୁଛି ଜମ୍ମୁ କଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସହ ହେବ। ଇଣ୍ଡିଆ ମେଣ୍ଟ ସହ ସିଟ୍‌ ସେୟାରିଂ ଆଲୋଚନା ବିଫଳ ହେବା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଫାରୁକ୍ ଅବଦୁଲ୍ଲା।

ତେବେ ଏନଡିଏରେ ମିଶିବା କଥାକୁ ଇସାରା କରି ସେ କହିଛନ୍ତି ଯେ ଯେତେବେଳେ ସେମାନେ ଡାକିବେ, ତାଙ୍କ ସହ କିଏ ବା ନ କଥା ହେବାକୁ ଚାହିଁବ। ଭବିଷ୍ୟତରେ ଏନ୍‌ଡିଏ ସହ ସାମିଲ ହେବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ।ଦେଶ ଗଢ଼ିବା ପାଇଁ ଯାହା କରିବାକୁ ପଡିବ ସେ ତାହା କରିବେ। ଏଭଳି କହିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ।

ଯଦି କଥା ଏଠି ଇଣ୍ଡିଆ ମେଣ୍ଟ ବିଷୟରେ କରାଯାଏ ତେବେ ଲଗାତାର ମେଣ୍ଟର ସଦସ୍ୟ ଦୂରେଇ ଯିବାରେ ବ୍ୟସ୍ତ। ସବୁଠି ଆସନ ବାଣ୍ଟିବାକୁ ନେଇ ନାଖୁସ ମେଣ୍ଟର ସଦସ୍ୟ। ଯାହାକୁ ନେଇ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିସାରିଛନ୍ତି। କେବଳ ଏତିକି ନୁହେଁ, ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଇଣ୍ଡିଆ ମେଣ୍ଟକୁ ଝଟ୍‌କା ଦେଇ ଦିଲ୍ଲୀର ୭ଟି ଆସନରୁ ୬ଟି ଆସନରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିସାରିଛନ୍ତି।

Leave A Reply

Your email address will not be published.