Latest Odisha News

BREAKING NEWS

ଭିସି ଯୋଗେ ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କଲେ ନୀତୀନ ଗଡ଼କରୀ, କାର୍ଯ୍ୟକ୍ରମରେ ଯୋଗ ଦେଲେ ରେଳମନ୍ତ୍ରୀ

ପୁରୀ: ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଭର୍ଚ୍ଚୁଆଲ ମାଧ୍ୟମରେ ୬ ହଜାର ୬୦୦ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଏନଏଚ୍‌ ୧୬ ଚଣ୍ଡିଖୋଲ-ଭଦ୍ରକ ୬ ଲେନ୍‌ ରାସ୍ତାର ଲୋକାର୍ପଣ । ଏଥିରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଆଜି ପୁରୀ ଆସିବାର ଥିବାବେଳେ, ବ୍ୟକ୍ତିଗତ କାରଣରୁ ଗସ୍ତ ବାତିଲ ହେବା ପରେ ଭର୍ଚୁଆଲରେ ଯୋଡି ହୋଇଥିଲେ ଗଡ଼କରୀ ।

ଏହାପରେ ଭର୍ଚ୍ଚୁଆଲ ମାଧ୍ୟମରେ ନିଜର ଅଭିଭାଷଣ ରଖିଲେ ମନ୍ତ୍ରୀ । କହିଲେ ୨୦୨୪ ଶେଷ ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ଆମେରିକା ସହ ସମାନ ହେବ ବୋଲି ସେ କହିଛନ୍ତି । ମୋଦିଙ୍କ ନେତୃତ୍ୱରେ ତୃତୀୟ ଥର ନିର୍ବାଚନ ଜିତିବା ସୁନିଶ୍ଚିତ । ତୃତୀୟ ପାଳିରେ ଓଡ଼ିଶାରେ ଆହୁରି ବିକାଶ କାମ ହେବ ବୋଲି ଗଡକରି କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଜୁଲାଇ-ଅଗଷ୍ଟ ମାସରେ ପୁରୀ ରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍‌ । ଏହାସହ ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଆରମ୍ଭ ହେବ । ଖୁବଶୀଘ୍ର ରେଳ ଲାଇନକୁ ଅନୁମୋଦନ ମିଳିବ ବୋଲି କହିଲେ ରେଳ ମନ୍ତ୍ରୀ । ଓଡ଼ିଶାକୁ ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କା ମୋଦି ଦେଉଛନ୍ତି । ମୋଦିଙ୍କର ଗ୍ୟାରେଣ୍ଟି ଅଛି ଓଡ଼ିଶାକୁ ବିକଶିତ କରି ଦେଖାଇବା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.