ମୁମ୍ବାଇ: ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ବିରୋଧରେ ତରବରିଆ ଭାବେ କୌଣସି ପ୍ରମାଣ ନାହିଁ କହିବା ମୂର୍ଖାମୀର ପରିଚୟ ବୋଲି ଏନସିବି ପକ୍ଷରୁ କୁହାଯାଇଛି । ଏହାର ତଦନ୍ତ କରୁଥିବା ଏସଆଇଟି ଆର୍ଯ୍ୟନଙ୍କ ଇଂଟରନ୍ୟାଶନାଲ ଡ୍ରଗ୍ସ କାରୋବାର ନେଇ କୌଣସି ଲିଙ୍କ ଥିବାର ପ୍ରମାଣ ମିଳିନି ଏବଂ ତାଙ୍କଠାରୁ ଡ୍ରଗ୍ସ ମଧ୍ୟ ମିଳିନାହିଁ । ତଦନ୍ତ ଜାରୀ ରହିଛି ଏବଂ ଏ ନେଇ କୌଣସି ବୟାନ ମଧ୍ୟ ରେକର୍ଡ ହୋଇ ନାହିଁ ବୋଲି ଡ୍ରଗ୍ସ କେସର ତଦନ୍ତ କରୁଥିବା ଏନସିବି ମୁଖ୍ୟ ସଂଜୟ ସିଂ କହିଛନ୍ତି ।
ଆଉ କିଛି ମାସ ପରେ ସମ୍ପୂର୍ଣ୍ଣ ରିପୋର୍ଟ ଏନସିବି ଡିଜିଙ୍କୁ ପ୍ରଦାନ କରାଯିବ । ଏହା ପରେ କିଏ ଦୋଷୀ କିମ୍ବା ନିର୍ଦ୍ଦୋଷ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଡ୍ରଗ୍ସ ପାର୍ଟି କେସରେ ଆର୍ଯ୍ୟନଙ୍କ ୨୮ ଦିନ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିବା ପରେ ଜାମିନ ପାଇଥିଲେ ।
Comments are closed.