ଭୁବନେଶ୍ୱର: ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟ୍ସଆପ୍ ଚାର୍ଟରୁ ସେ ଅବୈଧ ଭାବେ ଡ୍ରଗ୍ସ ସପ୍ଲାଏ କରୁଥିବା ଡ୍ରଗ୍ସ ପେଡଲରଙ୍କ ସହ ଜଡିତ ଥିବା ଜଣାପଡିଛି ।
ଏପରିକି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମଧ୍ୟ ତଦନ୍ତରେ ଦର୍ଶାଇଛି ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଡାର୍କନେଟ୍ ବ୍ୟବହାର କରୁଥିବା ପେଡଲରଙ୍କ ଠାରୁ ଡ୍ରଗ୍ସ ନେଉଥିଲେ।
ମିଡିଆ ରିପୋର୍ଟ ମୁତାବକ ରିୟା ଯେଉଁ ଡ୍ରଗ୍ସ ପେଡଲରଙ୍କ ଠାରୁ ଡ୍ରଗ୍ସ ଆଣୁଥିଲେ, ସେମାନେ ଡ୍ରାକ୍ ନେଟ୍ ମାଧ୍ୟମରେ ବିଦେଶରୁ ଡ୍ରଗ୍ସ ଆଣୁଥିଲେ ବୋଲି ଜଣାପଡିଛି ।
ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଖୋଳତାଡ କରୁଥିବା ସିବିଆଇ ସିଦ୍ଧାର୍ଥ ପିଠାନୀ, ଦୀପେଶ ସାୱନ୍ତ, ସାମୁଏଲ୍ ମିରାଣ୍ଡା, ରିୟା ଚକ୍ରବର୍ତ୍ତୀ, ସ୍ୱବିକ୍, ନୀରଜ, କେଶବ ଆଦିଙ୍କୁ ଜେରା କରୁଛି ।
ଉଲ୍ଲେଖଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।
Comments are closed.