Latest Odisha News

BREAKING NEWS

ଲାଞ୍ଚ ନେଇ ଗିରଫ ହେଲେ ଏଏସଆଇ ଓ ହୋମ୍ ଗାର୍ଡ

ମାଲକାନଗିରି: ଲାଞ୍ଚ ନେଇ ଗଞ୍ଜେଇ ସ୍ମଗଲର ମାନଙ୍କୁ ଛାଡି ଦେବା ଅଭିଯୋଗରେ ମୁଦୁଲିପଡା ଥାନାର ଜଣେ ଏଏସଆଇ ଓ ୨ ହୋମ୍ ଗାର୍ଡ ଗିରଫ ହୋଇଛନ୍ତି ।

ସୂଚନାନୁଯାୟୀ, ଗତ ଅଗଷ୍ଟ ୪ ତାରିଖରେ ଖଇରିପୁଟ ଅଞ୍ଚଳରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ମାନେ ଏକ ଗାଡି ଭିତରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ପରେ ସେମାନେ ଗଞ୍ଜେଇ ସ୍ମଗଲର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଲାଞ୍ଚ ନେଇ ସେମାନଙ୍କ ଗାଡିକୁ ଛାଡି ଦେଇଥିବା ଅଭିଯୋଗ ହୋଇଛି ।

ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏପରିକି ଶନିବାର ଦିନ ଏଏସଆଇ ଓ ୨ ହୋମ୍ ଗାର୍ଡଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ରବିବାର ଦିନ କୋର୍ଟ ଫରୱାର୍ଡ କରାଯିବ ବୋଲି ସୂଚନା ମିଳିଛି ।

ତେବେ ଏହି ଘଟଣା ପରେ ମାଲକାନଗିରି ଏସପି ମୁଦୁଲିପଡା ଥାନାର ଏଏସଆଇଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।

Leave A Reply

Your email address will not be published.