ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ମୁମ୍ବାଇର ଏକ କୋର୍ଟ ଏନସିବିର ଏସଆଇଟି ଟିମକୁ ଚାର୍ଜଶିଟ ଦାଖଲ କରିବା ପାଇଁ ୨ ମାସ ସମୟ ଦେଇଛନ୍ତି । ଏକ କ୍ରୁଜ ପାର୍ଟିରେ ଡ୍ରଗ୍ସ ମିଳିଥିବା ନେଇ ଏନସିବି ଆର୍ଯ୍ୟନଙ୍କୁ ଅକ୍ଟୋବର ୩ରେ ଗିରଫ କରିଥିଲା । ୨୬ ଦିନ ପରେ ବମ୍ବେ ହାଇକୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲା ।
ଏପ୍ରିଲ ୨ ସୁଦ୍ଧା ଏନସିବିକୁ ଚାର୍ଜଶିଟ ଦାଖଲ କରିବାକୁ ଥିଲା । ମାତ୍ର ତଦନ୍ତକାରୀ ସଂସ୍ଥା ଏଥିପାଇଁ ଆଉ ୩ ମାସ ସମୟ ମାଗିଥିଲେ । କୋର୍ଟ କିନ୍ତୁ ତାଙ୍କୁ ୨ ମାସ ସମୟ ପ୍ରଦାନ କରିଛି । ଆର୍ଯ୍ୟନ ଜାମିନ ପାଇବା ପରେ ତାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ନ ଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ସମ୍ପୂର୍ଣ୍ଣ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଆର୍ଯ୍ୟନଙ୍କୁ କ୍ଲିନ ଚିଟ ଦିଆଯିବ ନାହିଁ ବୋଲି ଏନସିବି ସ୍ପଷ୍ଟ କରିଥିଲା ।
Comments are closed.