Latest Odisha News

BREAKING NEWS

ଭଁସାଲୀଙ୍କ ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ପୁଷ୍ପା ଫିଲ୍ମ ଫେମ୍ ଅଲ୍ଲୁ ଅର୍ଜୁନ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ସଂଜୟ ଲୀଲା ଭଁସାଲୀଙ୍କ ଏକ ସୋଲୋ ଫିଲ୍ମରେ ସେ ଅଭିନୟ କରିବା ଏକପ୍ରକାର ଚୂଡାନ୍ତ ହୋଇଛି । ପୂର୍ବରୁ କରନ ଜୋହର ମଧ୍ୟ ତାଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ସେହିପରି ଭଁସାଲୀଙ୍କ ବୈଜୁ ବାୱାରରେ ମଧ୍ୟ ସେ ରଣବୀର ସିଂଙ୍କ ସହ କାମ କରିବେ ନାହିଁ ବୋଲି ମନା କରି ଦେଇଥିଲେ ।

ଭଁସାଲୀଙ୍କ ଫିଲ୍ମ ନିର୍ମାଣ ଶୈଳୀ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥିବାରୁ ଅଲ୍ଲୁ ଏହାକୁ ପସନ୍ଦ କରିଛନ୍ତି । ତେବେ ଏ ନେଇ ଭଁସାଲୀ ଓ ଅଲ୍ଲୁଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ମନ୍ତବ୍ୟ ଆସି ନାହିଁ । ବଲିଉଡରେ ସାଉଥ ଷ୍ଟାଇଲ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.