Latest Odisha News

BREAKING NEWS

ଅଷ୍ଟ୍ରେଲିଆର ହ୍ୟାରିସନ ଗୋଟିଏ ଓଭରରେ ମାରିଲେ ୮ ଛକା

ସିଡନୀ: କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା କେତେଜଣ ବ୍ୟାଟ୍ସମ୍ୟାନ ମାରି ସାରିଛନ୍ତି । ତେବେ ଗୋଟିଏ ଓଭରରେ ୮ଟି ଛକା ମାରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ଅଷ୍ଟ୍ରେଲିଆର ସ୍ୟାମ ହ୍ୟାରିସନ । ଏକ କ୍ଲବ କ୍ରିକେଟ ମୁକାବିଲାରେ ସୋରାଂଟା ଡନକ୍ରେଗ ସିନିୟର ଟିମ ପକ୍ଷରୁ ଖେଳୁଥିବା ହ୍ୟାରିସନ କିଙ୍ଗସ୍ଲେ ଉଡୱାଲେ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ ।

ମ୍ୟାଚର ୩୯ ତମ ଓଭରରେ ନାଥାନ ବେନେଟଙ୍କ ଓଭରରେ ସେ ୬ଟି ଛକା ମାରିଥିଲେ । ବେନେଟ ତାଙ୍କ ଓଭରରେ ୨ଟି ନୋ ବଲ ପକାଇଥିଲେ, ଏହି ୨ଟିରେ ବି ହ୍ୟାରିସନ ଛକା ମାରିଥିଲେ । ବେନେଟ ତାଙ୍କର ଏହି ଓଭରରେ ୫୦ ରନ ବ୍ୟୟ କରିଥିଲେ ।

Leave A Reply

Your email address will not be published.