Latest Odisha News

BREAKING NEWS

ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମୁମ୍ବାଇ: ମହାରାଷ୍ଟ୍ରର ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା । ଅଜିତଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଦିନ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡ଼ନାଭିସ୍ ମଧ୍ୟ ଆଜି ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି ।

ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସହିତ ପ୍ରାୟ ଏକଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପରେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଆଜି ଦିନ ୩ଟା ୩୦ ସମୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଛନ୍ତି । ଏହି ପ୍ରେସମିଟରେ ହିଁ ମୁଖ୍ୟମନ୍ତ୍ରୀ ତାଙ୍କର ଆଗାମୀ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିବାର ଆଶା କରାଯାଉଛି ।

ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ତଥା ଏନସିପିର ବରିଷ୍ଠ ନେତା ଅଜିତ ପାୱାର ତାଙ୍କ ଦଳର ୫୪ ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ସହିତ ସରକାର ଗଠନ କରିବାକୁ ବିଜେପି ସହିତ ହାତ ମିଳାଇଥିଲେ । ଶ୍ରୀ ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଏବଂ ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଦିନ ଶପଥଗ୍ରହଣ କରିଥିଲେ । ତେବେ ଏହାକୁ ନେଇ ଶିବସେନା ଓ ଏନସିପି ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିଲା ।

ସୁପ୍ରିମେକୋର୍ଟ ଆସନ୍ତାକାଲି ଗୃହରେ ନୂତନ ସରକାର ଗଠନ କରିବାକୁ ଶକ୍ତିପରୀକ୍ଷା ଲାଗି ଦିନ ଧାର୍ଯ୍ୟ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ବୁଧବାର ଦିନ ସନ୍ଧ୍ୟା ୫ଟାରେ ହେବ ଶକ୍ତି ପରୀକ୍ଷା ।

Leave A Reply

Your email address will not be published.