Latest Odisha News

BREAKING NEWS

ଦିନ ୩ଟା ୩୦ରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରେସମିଟ୍; ପଦରୁ ଇସ୍ତଫା ଦେଇପାରନ୍ତି !

ମୁମ୍ବାଇ: ଆସନ୍ତାକାଲି ସନ୍ଧ୍ୟା ୫ଟାରେ ହେବ ମହାରାଷ୍ଟ୍ର ବିଧାନସଭାରେ ଶକ୍ତିପରୀକ୍ଷା । ଏହି ଶକ୍ତିପରୀକ୍ଷା ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଦିନ ୩ଟା ୩୦ରେ ଏକ ପ୍ରେସ୍ ମିଟ୍ ଡ଼ାକିଛନ୍ତି ।

ଯେହେତୁ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ନୂତନ ସରକାର ଗଠନ ଲାଗି ଶକ୍ତିପରୀକ୍ଷା ହେବ ତେଣୁ ସେହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ଜନସାଧାରଣଙ୍କୁ ତାଙ୍କର ବକ୍ତବ୍ୟ ରଖିବେ ।

ମାତ୍ର ରାଜନୈତିକ ପାଣିପାଗ ତଥା ରାଜନୈତିକ ବିଶାରଦମାନଙ୍କ ମତରେ ଦେବେନ୍ଦ୍ର ଅଜିତଙ୍କ ପରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଆଶା କରାଯାଉଛି ।

ଅଜିତ୍ ତାଙ୍କ ପଦବୀରୁ ଇସ୍ତଫା ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରାୟ ଏକଘଣ୍ଟା ଧରି ଆଲୋଚନା କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନେତା ଅମିତ ଶାହଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ବିଶାରଦଙ୍କ ମତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଶ୍ରୀ ଶାହ ମହାରାଷ୍ଟ୍ର ରାଜନୈତିକ ପରିସ୍ଥିତି ଲାଗି କୌଣସି ରଣନୀତି ପ୍ରସ୍ତୁତ କରିଥିବା କଳ୍ପନାଜଳ୍ପନା ପ୍ରକାଶ ପାଉଛି ।

Leave A Reply

Your email address will not be published.