Latest Odisha News

BREAKING NEWS

ଆମେରିକାରେ ପ୍ରଦର୍ଶିତ ହେଲା ଓଡିଆ ଫିଲ୍ମ ‘ଛବିରାଣୀ’

କଟକ: ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’ ଆମେରିକାର ବୋଷ୍ଟନ୍ ସହରର ସିନେମା ହଲରେ ପ୍ରଦର୍ଶିତ ହୋଇଛି । ରିଲିଜ୍ ହୋଇଥିବା ଏହି ସିନେମାଟି ଅଶି ଦଶକର ଲୋମଟାଙ୍କୁରା ସତ୍ୟଘଟଣା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ ।

ଏହି ଚଳଚ୍ଚିତ୍ର ଓଡିଶା ସୋସାଇଟି ଅଫ୍ ନ୍ୟୁ ଇଂଲଣ୍ଡ ଜରିଆରେ ପ୍ରଦର୍ଶିତ ହୋଇଥିବା ବେଳେ ଆମେରିକାର ଅନ୍ୟ ୫ଟି ସ୍ଥାନରେ ପ୍ରଦର୍ଶିତ ହେବ ।

ଫିଲ୍ମ ରିଲିଜ ଫଳରେ ସେଠାରେ ଥିବା ଓଡିଆ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ଏହି ଚଳଚ୍ଚିତ୍ରଟି ସୁରତ, ଗୁଜୁରାଟ ଓ କୋଲକାତାର ବିଭିନ୍ନ ସ୍ଥାନରେ ରିଲିଜ ହୋଇଥିବା ନେଇ ବବି ଇସଲାମ୍ ସୂଚନା ଦେଇଛନ୍ତି ।

ଏହି ଫିଲ୍ମ ନଭେମ୍ବର ୧୯ ତାରିଖରେ ଓଡିଶାର ବିଭିନ୍ନ ସ୍ଥାନରେ ରିଲିଜ ହୋଇଥିଲା ।

ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡର ଆଗଧାଡ଼ିର ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ୍ ଓ ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଏବଂ ବୀରେନ୍ ମହାପାତ୍ର ଏହାର ପ୍ରଯୋଜନା କରିଥିବା ଜଣାପଡ଼ିଛି ।

ଡ଼ ଶଙ୍କର ତ୍ରିପାଠୀ ଏବଂ ହୃଦାନନ୍ଦ ସାହୁ ଏହାର ସଂଳାପ ରଚନା କରିଥିବା ବେଳେ ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅମନ୍,ଚନ୍ଦ୍ରାଣୀ,ସିଦ୍ଧାନ୍ତ,ଅନୁ ଚୌଧୁରୀ ,ବାବୁ ପ୍ରଧାନ, ସନ୍ଦୀପ ପାଣି,ମିଟୁ ମିଥୁନ ଓ ମିହିର ଦାସ ପ୍ରମୁଖ ଅଭିନୟ କରିଛନ୍ତି ।

Leave A Reply

Your email address will not be published.