Latest Odisha News

ଭାରତ-ଚୀନ ପ୍ରସଙ୍ଗରେ ରାଜନୀତି ନ କରିବା ପାଇଁ ରାହୁଲଙ୍କୁ କହିଲେ ପାୱାର

ମୁମ୍ବାଇ: ଚୀନ ପ୍ରସଙ୍ଗରେ ବାରମ୍ବାର ସରକାରଙ୍କୁ ଦାୟୀ କରୁଥିବାରୁ ଶନିବାର ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଆତ୍ମସମର୍ପଣ କରିବା କହିବା ପୂର୍ବରୁ ୧୯୬୨ରେ ଚୀନର ଦାଦାଗିରି ମନେ ପକାଇବାକୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।  ଏବେ ଗଲଓ୍ୱାନ ଉପତ୍ୟକାରେ ଚୀନ ପୁଣିଥରେ ପୂର୍ବଭଳି ଦାଦାଗିରି ଦେଖାଇବାକୁ ଚେଷ୍ଟା କରିଛି । ଦେଶର ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ରାଜନୀତି ନକରିବା ଠିକ୍ ନୁହେଁ ବୋଲି କହି ରାହୁଲଙ୍କ ଉପରେ ବର୍ଷିଛନ୍ତି ।

ଗଲଓ୍ୱାନ ଉପତ୍ୟକାରେ ଯାହା ହୋଇଛି ସେଥିପାଇଁ କେନ୍ଦ୍ର ସରକାର କି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦୋଷ ଦେଇ ହେବନି ।  ଚୀନରେ ସେନା ଯେତେବେଳେ ସୀମା ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଭାରତୀୟ ସେନା ତାଙ୍କୁ ସୀମାରୁ ତଡ଼ିବାରେ ସକ୍ଷମ ହୋଇଛନ୍ତି ।  ଯଦି ସେନା ଆଲର୍ଟ ନଥାନ୍ତା ତାହେଲେ କେମିତି ଚୀନର ସେନା ନିଜ ଅଞ୍ଚଳକୁ ଗଲେ ବୋଲି ପାଓ୍ୱାର କହିଛନ୍ତି । ଏଥିସହ ସୀମାରେ ବିନାଅସ୍ତ୍ରରେ ଯବାନ ଯିବାକୁ ନେଇ ପାଓ୍ୱାର କହିଛନ୍ତି, ଏଲଏସରି ଦୁଇ ଦେଶ ଅସ୍ତ୍ରଶସ୍ତ୍ର ଧରିବେ ନାହିଁ ବୋଲି ଚୁକ୍ତି ହୋଇଛି।

Comments are closed.