Latest Odisha News

BREAKING NEWS

ମୋଦିଙ୍କ କ୍ୟାବିନେଟରେ ସାମିଲ ହେବାକୁ ମନାକଲେ ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣକୁ ଆଉ କିଛି ମୁହୂର୍ତ୍ତ | ଏହାରି ଭିତରେ ଏନଡିଏ ମେଣ୍ଟରେ ଆରମ୍ଭ ହେଲାଣି କନ୍ଦଳ | ମୋଦି ୩.୦ କ୍ୟାବିନେଟରେ ସାମିଲ ହେବାକୁ ମନ କରିଦେଇଛନ୍ତି ଏନସିପି (ଅଜିତ ପାୱାର ଦଳ)ର ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ | ମନ୍ତ୍ରୀ ପଦ ଗ୍ରହଣ କରିବାକୁ ଅସ୍ବୀକାର କରି ସେ କହିଛନ୍ତି, ସ୍ବାଧୀନ କ୍ଷମତା ସହିତ ରାଜ୍ୟ ମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ କରିବାକୁ ସେ ଏହି ପ୍ରସ୍ତାବ ପାଇଛନ୍ତି, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି।

ତେବେ ପ୍ରଫୁଲ୍ଲ ପଟେଲ ପୂର୍ବରୁ ମନମୋହନ ସିଂଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଆସିଛନ୍ତି। ଆହୁରି ମଧ୍ୟ ପ୍ରଫୁଲ୍ଲ ପଟେଲ ଏନସିପିର ଜଣେ ବରିଷ୍ଠ ନେତା। ଏନସିପି ମେଣ୍ଟ ସମୟରେ ସେ ମନମୋହନ ସିଂ ସରକାରରେ ଶରଦ ପାୱାରଙ୍କ ସହ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଥିଲେ। ଲୋକସଭା ନିର୍ବାଚନରେ ଏନସିପିରେ କେବଳ ଜଣେ ଏମପି ଅଛନ୍ତି। ପ୍ରଫୁଲ୍ଲ ପଟେଲ ଜଣେ ରାଜ୍ୟ ସଭା ସଦସ୍ୟ। ସେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି । ଏନସିପି ବିଭାଜନ ପରେ ସେ ଅଜିତ ପାୱାରଙ୍କ ଦଳ ସହ ଯୋଗଦେଇଥିଲେ ।

Comments are closed.