Latest Odisha News

BREAKING NEWS

ଚୂଡା, ମିଠା ଖାଇବା ପରେ ଥାନାରୁ ଘରକୁ ଯିବା ପାଇଁ ରାଜି ହେଲାନି ନିଖୋଜ ଶିଶୁ

ଇନ୍ଦୋର: ଇନ୍ଦୋର ଥାନାରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ ପୋଲିସ ଏକ ନିଖୋଜ ଶିଶୁକୁ ଉଦ୍ଧାର କରିଥିଲା । ଘରର ଠିକଣା ଜାଣିବା ପାଇଁ ପିଲାଟି ସହ ପୋଲିସ ବନ୍ଧୁତା କରିବା ପାଇଁ ଚେଷ୍ଟା କରିଥିଲା । ଶେଷରେ ଚୂଡା ଏବଂ ମିଠା ଖାଇବା ପରେ ପିଲାଟି ନିଜ ନାମ ପ୍ରକାଶ କରିଥିଲା । ଘରର ଠିକଣା ପାଇବା ପାଇଁ ପୋଲିସକୁ ୫ରୁ ଅଧିକ ଅଂଚଳ ବୁଲିବାକୁ ପଡିଥିଲା ।

ପରିବାର ଲୋକଙ୍କୁ ହସ୍ତାନ୍ତର କଲା ବେଳେ ପିଲାଟି କିନ୍ତୁ ଯିବନି ବୋଲି ଜିଦ କରିଥିଲା । ମୁଁ ଥାନାରେ ରହିବି ଚୂଡା ଆଉ ମିଠା ଖାଇବି ବୋଲି କହିଥିଲା । ବହୁ କଷ୍ଟରେ ବୁଝା ଶୁଝା କରିବା ପରେ ଶେଷର ପରିବାର ଲୋକଙ୍କ ସହ ଯିବାକୁ ରାଜି ହୋଇଥିଲା । ଏହି ଘଟଣା ଏବେ ଉକ୍ତ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.