ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ତେଣୁ ତାଙ୍କ ଗସ୍ତକୁ ବିରୋଧ କରିବ ରାଜ୍ୟ କଂଗ୍ରେସ । ଏନେଇ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ପ୍ରଦେଶରେ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା ଘଟଣାରେ ଅଜୟ ମିଶ୍ର ଓ ତାଙ୍କ ପୁଅର ସମ୍ପୃକ୍ତି ଥିବା ଅଭିଯୋଗ ରହିଛି । ଏପରିକି ତଦନ୍ତରେ ସହଯୋଗ କରୁନାହାନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ଚାଷୀ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିବାଦ ତୀବ୍ର ହୋଇଛି । ହେଲେ ଏପରି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଚାଲିଛନ୍ତି କେନ୍ଦ୍ରମନ୍ତ୍ରୀ । ତେଣୁ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରାଯିବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଗଣେଶ୍ବର ବେହେରା ।
BREAKING NEWS
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ
- ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨୧ ଟ୍ରେନ୍ ବାତିଲ୍ କଲା ECoR
- ୧୯ ବର୍ଷରୁ କମ ମହିଳା କ୍ରିକେଟ: ବିସିସିଆଇ ନିକଟରେ ଅଭିଯୋଗ କଲା ଝାରଖଣ୍ଡ
- ଭାଷାକୁ ବର୍ଣ୍ଣାଶୁଦ୍ଧିରୁ ମୁକ୍ତ କରିବା ପାଇଁ ଡିସେମ୍ବର ୧୪ ‘ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ’ ଘୋଷଣା
- ସିଆଇଡି ସ୍ରଷ୍ଟା ବି.ପି. ସିଂହଙ୍କ ପରଲୋକ, ଶ୍ରଦ୍ଧାଂଜଳି ଜଣାଇଲେ ତାରକା
- E-20 ଅପପ୍ରଚାର ପେଡ୍ କ୍ୟାମ୍ପେନ୍ ଥିଲା କହିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ
- ଅଭିନେତା ଇମ୍ରାନ ଖାନ୍ ସାମାନ୍ୟ ଆଶ୍ୱସ୍ତ, ନଭେମ୍ବର ୨ ଯାଏଁ ହେବନି କାର୍ଯ୍ୟାନୁଷ୍ଠାନ

Comments are closed.