Latest Odisha News

BREAKING NEWS

ଏକ୍‌ଜିଟ୍ ପୋଲ୍: ନାଗାଲଣ୍ଡରେ ପୁଣି ଏନ୍‌ଡିପିପି-ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଏହି ନେତା ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ଆସିଲା ଏକ୍‌ଜିଟ୍‌ ପୋଲ ରିପୋର୍ଟ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ୍‌ଜିଟ୍ ପୋଲ ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ରିପୋର୍ଟ ଅନୁସାରେ, ନାଗାଲାଣ୍ଡରେ ପୁଣିଥରେ ବିଜେପି ମେଣ୍ଟ ସରକାର କ୍ଷମତାରେ ରହିବ।

ସୋମବାର ପ୍ରକାଶିତ ଏକ୍‌ଜିଟ୍ ପୋଲ ରିପୋର୍ଟ ଅନୁସାରେ, ଏନ୍‌ଡିପିପି ଓ ବିଜେପି ମେଣ୍ଟ ସରକାର ୩୮ରୁ ୪୮ ଆସନ ଜିତିବାର ସମ୍ଭାବନା ରହିଛି। ସେହିପରି କଂଗ୍ରେସ ମାତ୍ର ୧ରୁ ୨ଟି ଆସନ ଜିତିବ ଓ ଏନ୍‌ପିପି ଦଳ ୫-୧୫ଟି ଆସନ ହାତେଇପାରେ ବୋଲି ଏକ୍‌ଜିଟ୍‌ ପୋଲ୍‌ରେ ଅନୁମାନ କରିଛି।

ସୂଚନା ଥାଉକି, ସୋମବାର ଅପରାହ୍ନ ୩ଟା ସୁଧା ନାଗାଲାଣ୍ଡରେ ୭୫.୪୯ ପ୍ରତିଶତ ମତଦାନ ହୋଇଥିଲା। ରାଜ୍ୟର ମୋଟ ୬୦ ବିଧାନସଭା ଆସନ ପାଇଁ ଆଜି ୧୮୩ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହେବ।

ଏପଟେ ଭୋଟ ସରିବା ପରେ ନାଗାଲଣ୍ଡ ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ଦଳ ଏନ୍‌ଡିପିପି ଓ ବିଜେପି ମେଣ୍ଟ ସରକାର ବହୁମତରେ ନିର୍ବାଚନ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଇ ନିର୍ବାଚନରେ ଏନ୍‌ଡିପିପି ୪୦ ଆସନରେ ନିର୍ବାଚନ ଲଢ଼ିଥିବା ବେଳେ ବିଜେପି ୨୦ଟିରେ ନିର୍ବାଚନ ଲଢ଼ିଛି।

ଏକଜିଟ୍ ପୋଲ୍ ଅନୁସାରେ, ନେଫ୍ୟୁ ରିଓ ମୁଖ୍ୟମନ୍ତ୍ରୀ ଭାବେ ନାଗାଲାଣ୍ଡର ଲୋକଙ୍କର ପ୍ରଥମ ପସନ୍ଦ। ୨୫ ପ୍ରତିଶତ ଜନତା ନେଫ୍ୟୁ ରିଓଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ସେହିପରି ଜାତମେଲ ଇମନା ଅଲାଙ୍ଗଙ୍କୁ ୮ ପ୍ରତିଶତ, ଏନଡିପିପି ପ୍ରାର୍ଥୀଙ୍କୁ ୭ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରୁଛନ୍ତି।।

ସୂଚନା ଥାଉକି କଂଗ୍ରେସ ୨୦୦୩ ପର୍ଯ୍ୟନ୍ତ ନାଗାଲଣ୍ଡରେ କ୍ଷମତାରେ ଥିଲା। ହେଲେ ଏହାପର ଠାରୁ ଦଳର ଅବସ୍ଥା ନାଗାଲଣ୍ଡରେ ସୋଚନୀୟ ରହିଛି। ବର୍ତ୍ତମାନ ରାଜ୍ୟରେ କଂଗ୍ରେସର ଗୋଟିଏ ବି ସଦସ୍ୟ ନାହାନ୍ତି। ଏଥର ଦଳ ୨୩ ପ୍ରାର୍ଥୀରେ ଏଠି ନିର୍ବାଚନ ଲଢ଼ିଛି।

Leave A Reply

Your email address will not be published.