Latest Odisha News

BREAKING NEWS

ଦାଦା ସାହେବ ଫାଲକେ ପୁରସ୍କାର ଫେରାଇଲେ ନିକିତା

ମୁମ୍ବାଇ: ଉଭୟ ବ୍ରେନି ଓ ବିଉଟି ଭାବେ ପରିଚିତ ମଡ଼େଲ ତଥା ସାମାଜିକ କର୍ମୀ ନିକିତା ଘାଗ ଏବେ ଚର୍ଚ୍ଚାରେ । କାରଣ ହେଲା ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଫେରାଇଛନ୍ତି । ଗତବର୍ଷ ସେ ଏହି ପୁରସ୍କାର ପାଇଥିଲେ । ଏ ନିଷ୍ପତ୍ତି ସମ୍ପର୍କରେ ନିକିତା କହିଛନ୍ତି, ଦାଦାସାହେବ ଫାଲକେଙ୍କ ନାମରେ ଚାଲିଥିବା ଏହି ପୁରସ୍କାର ଘୋଟାଲାରେ ପରିଣତ ହୋଇଛି । ଏହାର ଖୁଲାସା କରିବା ଅତ୍ୟନ୍ତ ଜରୁରୀ ।

ସେ ଏ କଥା ବି କହିଛନ୍ତି ଯେ, ନିଜର କୌଣସି ଭଲ କାମ ପାଇଁ ସମସ୍ତେ ପୁରସ୍କୃତ ହୋଇଥାନ୍ତି । ପୁରସ୍କାର ସମସ୍ତଙ୍କୁ ଅଧିକ ଭଲ କାମ କରିବାକୁ ଉତ୍ସାହିତ କରିଥାଏ । ତେବେ କୌଣସି ସାମାଜିକ କାର୍ଯ୍ୟ ପ୍ରତିବଦଳରେ ପ୍ରଶଂସା ହେଉଛି ସବୁଠାରୁ ବଡ ପୁରସ୍କାର । କିନ୍ତୁ ଗତ କିଛିି ଦିନ ମଧ୍ୟରେ ଅନୁଭବ କରୁଛି ଯେ, ମୋତେ ମିଳିଥିବା ଏହି ପୁରସ୍କାର ପଛରେ ଏକ ଅନୈତିକ ବ୍ୟବସ୍ଥା ସକ୍ରୀୟ ରହିଛି । ଦାଦାସାହେବ ଫାଲକେଙ୍କ ପରିବାର ଏହି ପୁରସ୍କାର ପାଇଁ ଭାରତ ସରକାରଙ୍କ ନିକଟରେ ଯଦିଓ ଋଣୀ ବୋଲି ବିବେଚନା କରୁଛନ୍ତି, ବାସ୍ତବ ଚିତ୍ର କିନ୍ତୁ ଏହାଠାରୁ ସମ୍ପୂର୍ଣ୍ଣ ଅଲଗା । ଏହି ପୁରସ୍କାର ନାଁରେ କିଛି ଲୋକେ ହାତ ସାଫ କରୁଛନ୍ତି । ଏହା ହିଁ ମୋତେ ବେଶୀ ଦୁଃଖ ଦେଇଛି । ତେଣୁ ଯେଉଁମାନେ ଚଳିତ ବର୍ଷ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି, ଏହା ନକଲି ‘ଦାଦାସାହେବ ଫାଲକେ ପୁରସ୍କାର’ ଭାବେ ବିବେଚନା କରନ୍ତୁ ଓ ତାକୁ ତୁରନ୍ତ ଫେରସ୍ତ କରନ୍ତୁ ।

 

Leave A Reply

Your email address will not be published.