Latest Odisha News

BREAKING NEWS

ଆଦିବାସୀ ମେଳାର ଅଷ୍ଟମ ଦିବସରେ ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତାର ଝଲକ

ଭୁବନେଶ୍ୱର : ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ସରିବା ସମୟ ଆସିଲାଣି । ଜନଜାତି ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଶେଷ ଭାବରେ ସେମାନଙ୍କ ଜୀବନଯାତ୍ରାରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ କିପରି ସହାୟକ ହୋଇଛନ୍ତି, ମେଳା ପରିସରରେ ଖୋଲିଥିବା ଷ୍ଟଲଗୁଡ଼ିକରେ ତାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି ।

ଆଇଟିଡିଏ ଏବଂ ମାଇକ୍ରୋ ପ୍ରୋଜେକଫ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ମେଳା ପରିସରସ୍ଥ ବିଭିନ୍ନ ପିଣ୍ଡିରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ସହ ପାରମ୍ପରିକ ପୋଷାକ ପିନ୍ଧି ବହୁବିଧ ଘରକରଣା ସାମଗ୍ରୀର ଉପଯୋଗିତା ସମ୍ପର୍କରେ ଦର୍ଶକମାନଙ୍କୁ ଜଣେଇ ଦେଉଛନ୍ତି। କଳାହାଣ୍ଡି, କୋରାପୁଟ, କନ୍ଧମାଳ, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରୁ ଜନଜାତି ମହିଳାମାନଙ୍କର ହାତ ତିଆରି ବହୁ ପ୍ରକାର ସୌଖୀନ ସାମଗ୍ରୀ ଏହି ମେଳାରେ ମିଳୁଛି । ମେଳା ସରି ଆସୁଥିବାରୁ ଗ୍ରାହକଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳୁଛି ।

ଏହି ମେଳାର ଅଷ୍ଟମ ସନ୍ଧ୍ୟାରେ ଇଣ୍ଟରନେସ୍‌ନାଲ୍‌ ଫଣ୍ଡ ଫର ଏଗ୍ରିକଲଚର ଡେଭ୍‌ଲପ୍‌ମେଣ୍ଟରପାଞ୍ଚ ଜଣିଆ ପ୍ରତିନିଧିଦଳ ଆଦିବାସୀ ମେଳା ପରିସରରେ ଥିବା ବିଭିନ୍ନ ଷ୍ଟଲରେ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ତଥା ସଂଗୃହୀତ ସାମଗ୍ରୀକୁ ବୁଲି ଦେଖିଥିଲେ । ଏହି ପ୍ରତିନିଧିଦଳରେ ଆସିଥିବା ଡୋନାଲ ଫ୍ରାନ୍‌ସିସ୍‌ ବ୍ରାଉନ୍‌, ମିସ୍‌ ରିହାନା ରିଫାତ୍‌ ରାଜା, ହାରି ଉଲାକ୍‌ ଡେମିରାଗ, ପିୟୁସ କାନାଲ ଏଂ ମୀରା ମିଶ୍ର ମେଳା ଦେଖିବା ସହ ଜନଜାତି ନୃତ୍ୟ ଦେଖିଥିଲେ ଓ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେମାନଙ୍କ ସହିତ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ ଏବଂ ଓପେଲିପ୍‌ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ମେଳା ମେଳା ଆଗାମୀ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୨ : ୩୦ ରୁ ରାତି ୯ : ୩୦ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.