ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ୍ସ ମହାସଂଘ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ୧୮ ମହିଳା ଆଥଲେଟଙ୍କ ସମେତ ୩୭ ଜଣିଆ ଦଳ ଘୋଷଣା କରିଛି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଘୋଷିତ ଏହି ଦଳରେ ଓଡିଶାର ଷ୍ଟାର ଖେଳାଳି ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦଙ୍କୁ ସ୍ଥାନ ମିଳିଛି । ଭାରତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ପାଇଥିଲା । ନୀରଜ ଏହି ଏକମାତ୍ର ସ୍ୱର୍ଣ୍ଣ ପଦକଟି ଜିତିଥିଲେ । ତେବେ କେତେକ ଖେଳାଳିଙ୍କୁ ପ୍ରତିଯୋଗିତା ପୂର୍ବରୁ ଫିଟନେସ ଟେଷ୍ଟ ଦେବାକୁ ପଡିବ ବୋଲି ଏଏଫଆଇ ପକ୍ଷରୁ କୁହାଯାଇଛି ।
ଭାରତୀୟ ଦଳ-
ପୁରୁଷ: ଅବିନାଶ ସାଲଭେ, ନିତେନ୍ଦର ରାୱତ, ଏମ ଶ୍ରୀଶଙ୍କର, ମହମ୍ମଦ ଅନୀସ ୟାହିୟା, ଅବଦୁଲ୍ଲା ଅବୁବାକର, ପ୍ରବୀଣ ଚିତ୍ରାୱେଲ, ଏଲଦୋସ ପଲ, ତେଜିନ୍ଦରପାଲ ସିଂ ଟୁର, ନୀରଜ ଚୋପ୍ରା, ଡିପି ମନୁ, ରୋହିତ ଯାଦବ, ସନ୍ଦୀପ କୁମାର, ଅମିତ ଖେତ୍ରୀ, ଅମୋଜ ଜ୍ୟାକବ, ନିର୍ମଳ ଟମ, ଆରୋକିଆ ରାଜୀବ, ମହମ୍ମଦ ଆଜମଲ, ନାଗନାଥନ ପାଣ୍ଡି, ରାଜେଶ ରମେଶ ।
ମହିଳା: ଏସ.ଧନଲକ୍ଷ୍ମୀ, ଜ୍ୟୋତି ୟାରାଜୀ, ଐଶ୍ଚର୍ଯ୍ୟା ବି, ଏସ ସୋଜନ, ମନପ୍ରୀତ କୌର, ନବଜୀତ କୌର, ସୀମା ଆନ୍ତିଲ ପୁନିୟା, ଅନ୍ନୁ ରାନୀ, ଶିଳ୍ପା ରାନୀ, ମଞ୍ଜୁ ବାଲା ସିଂ, ସରିତା ରୋମିତ ସିଂ, ଭାବନା ଜାଟ, ପ୍ରିୟଙ୍କା ଗୋସ୍ୱାମୀ, ହିମା ଦାସ, ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଏମବି ଜିଲାନା ଓ ଏନଏସ ସିମି ।
Comments are closed.